fbpx

କରୋନା ନେଲା ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ଜୀବନ

ଗଞ୍ଜାମ,୨୭ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଉଥିବା ବେଳେ ଏହାକୁ ରୋକିବାର ସମସ୍ତ ଚେଷ୍ଟା ବୃଥା ଯାଉଛି । ଏହାରି ମଧ୍ୟରେ କରୋନାରେ ଗଞ୍ଜାମ ଜିଲ୍ଲା ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ମୃତ୍ୟୁ ଘଟିଛି । ଉପାଧ୍ୟକ୍ଷଙ୍କ ନାଁ ଭଗବାନ ସ୍ୱାଇଁ ହୋଇଥିବା ବେଳେ ସେ ଗତ କିଛି ଦିନ ହେବ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

ତେବେ କରୋନାରେ ଉପାଧ୍ୟକ୍ଷଙ୍କ ସମେତ ମୋଟ ୩ଜଣଙ୍କର ଜୀବନ ନେଲାଣି କରୋନା । ଏନେଇ ଆଜିଠାରୁ ଜୁଲାଇ ୨ ତାରିଖ ଯାଏଁ ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଜାହାଡା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ । କରୋନା ମୃତ୍ୟୁ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନେଇ ସରପଞ୍ଚ ସୁଲତା ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.