ଝିଅ ବିଦାବେଳେ ଭୋ ଭୋ ହୋଇ କାନ୍ଦି ଉଠିଲେ ଧର୍ମେନ୍ଦ୍ର, ଏବେ ଭାଇରାଲ ହେଉଛି ଭିଡିଓ

ଝିଅମାନେ ସବୁବେଳେ ବାପାଙ୍କ ଅଲିଅଳି ହୋଇ ରହିଥାନ୍ତି । ସେହି ଝିଅକୁ ଅନ୍ୟ ହାତକୁ ଟେକି ଦେବା ବେଳେ କେତେ ଯେ କଷ୍ଟ ଲାଗେ ତାହା କେବଳ ଜଣେ ବାପା ହିଁ ଅନୁଭବ କରିପାରିବେ । ଏଥିରୁ ବଲିଉଡ ବାପାମାନେ ବାଦ୍ ଯିବେ କିପରି । ସେହିପରି ନିକଟରେ ବଲିଉଡ୍ ଷ୍ଟାର ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକି ତାଙ୍କ ଝିଅ ଈଶା ଦେଓଲ ସେୟାର କରିଛନ୍ତି । ଈଶାଙ୍କ ବିବାହ ପରେ ଝିଅ ବିଦା ବେଳକୁ କିପରି ଧର୍ମେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଥିଲେ, ତାହା ଏଥିରେ ଦେଖିବାକୁ ମିଳିଛି । ମା ହେମା ମାଳିନୀ ନିଜକୁ ସମ୍ଭାଳି ହସି ହସି ଝିଅବିଦା କରୁଥିବା ବେଳେ ଧର୍ମେନ୍ଦ୍ର ବହୁତ ଇମୋସନାଲ ହୋଇପଡିଥିଲେ ।

ଏହି ସମୟରେ ଈଶା ନିଜ ବାପାଙ୍କୁ କୁଣ୍ଢାଇ ପକାଇଥିଲେ, ଫଳରେ ଆଉ କାନ୍ଦକୁ ନ ରୋକି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଧର୍ମେନ୍ଦ୍ର । ଏହି ଭାଇରାଲ ଭିଡିଓକୁ ୨ ଲକ୍ଷ ୬୪ ହଜାରୁ ଅଧିକ ଲୋକ ଦେଖିସାରିଲେଣି ।