fbpx

ଦିବ୍ୟାଙ୍ଗଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଘୋଷଣା: ଏଣିକି ମିଳିବ ଏହି ସୁବିଧା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଭିନ୍ନ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ୩% ସ୍ଥାନ ସଂରକ୍ଷଣ ହେବ । ସୋମବାର ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ସବୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ନୂଆ ନାମଲେଖାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୩% ସିଟ୍ ରହିବ । ବିଦ୍ୟାଳୟରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣରେ ସୁବିଧା ଦିଆଯିବ । ଏହି ପିଲାଙ୍କ ପାଇଁ ସବୁଠି ବ୍ୟାରିୟର ଫ୍ରି ସୁବିଧା କରାଯାଇଛି । ପିଲାମାନେ ଯିବା ପାଇଁ ର୍ୟାମ୍ପ ବ୍ୟବସ୍ଥା କରାଯିବା ସହ ସ୍କୁଲରେ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଏହା ସହ ଶିକ୍ଷାଗ୍ରହଣ ପାଇଁ ସ୍ୱତନ୍ତ୍ର ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.