fbpx

୪୦ ଟଙ୍କାର ଔଷଧରେ ଧୋନୀ କରାଉଛନ୍ତି ଆଣ୍ଠୁ ଚିକିତ୍ସା: ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ

ନୂଆଦିଲ୍ଲୀ: ଆଣ୍ଠୁରେ ସମସ୍ୟାକୁ ନେଇ ଖୁବ ଚିନ୍ତାରେ ପଡିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ତେବେ ଏହାର ଚିକିତ୍ସା ପାଇଁ ସେ ଯେଉଁ ସ୍ଥାନ ବାଛିଛନ୍ତି, ତାହା ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ଧୋନୀ ଧନୀ କ୍ରିକେଟରମାନଙ୍କ ତାଲିକାରେ ମଧ୍ୟ ଖୁବ ଆଗରେ ରହିଛନ୍ତି । ଏହାପରେ ମଧ୍ୟ ସେ ନିଜର ଆଣଣ୍ଠୁଜନିତ ସମସ୍ୟା କୌଣସି ବଡ ହସ୍ପିଟାଲରେ କରୁ ନାହାନ୍ତି । ବରଂ ଏକ ଗଛ ତଳେ ସେ ନିଜର ଚିକିତ୍ସା କରାଉଥିବା ଜାଣିବାକୁ ମିଳିଛି ।

ଭାରତର ପୂର୍ବତନ କ୍ରିକେଟର ଏମ.ଏସ ଧୋନୀ ରାଞ୍ଚିର ନିକଟସ୍ଥ ଗ୍ରାମରେ ଏକ ଗଛତଳେ ବସିଥିବା ବୈଦ୍ୟଙ୍କ ଦ୍ୱାରା ଚିକତ୍ସା କରାଉଛନ୍ତି । ତେବେ ଏହି ପ୍ରଖ୍ୟାତ ବୈଦ୍ୟ ଜଙ୍ଗଲୀ-ଜଡୀ-ବୁଟି ସାହାଯ୍ୟରେ ପାରମ୍ପରିକ ଭାବରେ ଚିକିତ୍ସା କରିଥାନ୍ତି । ଔଷଧ ପାଇଁ ୨୦ଟଙ୍କା ଏବଂ ଚିକିତ୍ସା ପାଇଁ ମଧ୍ୟ ରୋଗୀଙ୍କ ନିକଟରୁ ୨୦ ଟଙ୍କା ଲେଖାଏଁ ନେଇଥାନ୍ତି ଏହି ବୈଦ୍ୟ । ରାଞ୍ଚିରୁ ପ୍ରାୟ ୮୦ କିଲୋମିଟର ଦୂର ଲାପୁଙ୍ଗର ଗଲଗଲୀ ଧାମରେ ଦେଶୀ ଗାଈ କ୍ଷୀର, ଗଛର ଚାଲ ଏବଂ ଅନ୍ୟାନ୍ୟ ଜଡିବୁଟି ସାହାଯ୍ୟରେ ଔଷଧ ପ୍ରସ୍ତୁତ କରିଥାନ୍ତି । ଧୋନୀ ମଧ୍ୟ ଏଠାରେ ଚିକିତ୍ସିତ ହେଉଛନ୍ତି । ଏହାବ୍ୟତୀତ ତାଙ୍କ ପିତାମାତାଙ୍କ ଔଷଧ ମଧ୍ୟ ଏହିଠାରୁ ଯାଉଥିବା ନେଇ ସୂଚନା ମିଳିଛି ।

ବୈଦ୍ୟ ବନ୍ଧନ ସିଂହ ଖେରୱାରଙ୍କ ନିକଟରୁ ଔଷଧ ନେବା ପାଇଁ ବିଭିନ୍ନ ରାଜ୍ୟରୁ ରୋଗୀ ଏଠାକୁ ଆସିଥାନ୍ତି । ଏହି ବୈଦ୍ୟଙ୍କ ଔଷଧ ସେବନ ଦ୍ୱାରା ଧୋନୀ ଆରୋଗ୍ୟ ଅନୁଭବ କରୁଛନ୍ତି । ଏହି ବୈଦ୍ୟଙ୍କ ଔଷଧ ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ ବୋଲି କହିଛନ୍ତି ଚିକିତ୍ସିତ ରୋଗୀ ।

ସେହିଭଳି ଧୋନୀ ଜଣେ ମହାନ କ୍ରିକେଟର ହୋଇ ମଧ୍ୟ ବିନା କୌଣସି ଦ୍ୱିଧାରେ ଜଣେ ସାଧାରଣ ରୋଗୀଙ୍କ ପରି ଆସି ଏଠାରୁ ଔଷଧ ନେଉଥିବା କହିଛନ୍ତି ବୈଦ୍ୟ ବନ୍ଧନ ସିଂହ । ଏହାସହିତ ଧୋନୀଙ୍କ ଆସିବା ଖବର ଶୁଣି ତାଙ୍କର ଅନେକ ପ୍ରଶଂସକ ଏଠାକୁ ଆସିଥାନ୍ତି ।

Get real time updates directly on you device, subscribe now.