fbpx

Qualifier-୧: ଟସ୍ ଜିତି ଧୋନୀଙ୍କ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲର ଚଳିତ ସଂସ୍କରଣ । ଆଜି ପ୍ରଥମ କ୍ୱାଲିଫାୟରରେ ପରସ୍ପରର ମୁକାବିଲା କରୁଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ।
ସର୍ବକନିଷ୍ଠ ଅଧିନାୟକ ଭାବରେ ପ୍ଲେ ଅଫରେ ଦଳର ନେତୃତ୍ୱ ନେଉଛନ୍ତି ଋଷଭ ପନ୍ତ । ୨୪ ବର୍ଷ ୬ ଦିନରେ ଆଇପିଏଲର ସର୍ବକନିଷ୍ଠ ଅଧିନାୟକ ଭାବରେ ପ୍ଲେ ଅଫ୍ ଖେଳୁଛନ୍ତି ପନ୍ତ । ଚେନ୍ନାଇ ଅପରିବର୍ତ୍ତିତ ଦଳ ସହିତ ପଡିଆକୁ ଓହ୍ଲାଇଥିବା ବେଳେ ଦିଲ୍ଳୀ ଦଳରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି । ରିପଲ ପଟେଲଙ୍କ ସ୍ଥାନରେ ଦଳ ଟମ କୁରାନଙ୍କୁ ଖେଳାଇଛି ।

Get real time updates directly on you device, subscribe now.