fbpx

IPL-2023 ପୂର୍ବରୁ ଧୋନୀଙ୍କ ଜୋରଦାର ପ୍ରସ୍ତୁତି: ଏମିତି କାରନାମା କରୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଏହାକୁ ନେଇ ବର୍ତ୍ତମାନଠୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ବର୍ଷକ ପରେ ଭାରତକୁ ପୁରୁଣା ଫର୍ମାଟରେ ଫେରୁଛି ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାସହିତ କମବ୍ୟାକ କରୁଛନ୍ତି କ୍ୟାପଟେନ କୁଲ ମାହି । ଏ ନେଇ ଦର୍ଶକଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଚେନ୍ନାଇରେ ପହଞ୍ଚି ସାରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହାପରେ ଆଜିଠୁ ସେ ନେଟ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ପୁଣିଥରେ ବର୍ଷକ ପରେ ମଇଦାନରେ ଦେଖିବାକୁ ମିଳିଛି ମାହିଙ୍କ ଜଲୱା । ଜଣେ ଫ୍ୟାନ୍ ଧୋନୀଙ୍କ ପ୍ରାକ୍ଟିସ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ପ୍ରାକ୍ଟିସ ନେଟରେ ମାହିଙ୍କ ବ୍ୟାଟରୁ ପୂର୍ବ ପରି ଦମଦାର ବ୍ୟାଟିଂ ଏବଂ ବଡ ହିଟ ଦେଖିବାକୁ ମିଳିଛି । ଝାଡଖଣ୍ଡ ଷ୍ଟେଟ ଆସୋସିଏସନ ଗ୍ରାଉଣ୍ଡରେ ପ୍ରାକ୍ଟିସ କରିଛନ୍ତି । ଏହି ସମୟରେ ତାଙ୍କୁ ପୁରୁଣା ଧୋନୀ ଅବତାରରେ ଦେଖିବାକୁ ମିଳିଥିଲା । ତାଙ୍କ ବ୍ୟାଟରୁ ଲମ୍ବା ଲମ୍ବା ସିକ୍ସ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଦେଖିବା ପରେ ଧୋନୀଙ୍କୁ ପୁଣିଥରେ ଭିଣ୍ଟେଜ ଲୁକରେ ଦେଖିବା ପାଇର୍ ପ୍ରଶଂସକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

୨୦୧୯ ବିଶ୍ୱକପ ସେମି ଫାଇନାଲ ପରେ କ୍ରିକେଟରୁ ଦୂରେଇ ରହି ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ସନ୍ନ୍ୟାସ ନେଇଥିଲେ ମାହି । ଏହାପରେ ତାଙ୍କୁ କେବଳ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବାର ଦେଖାଯାଉଛି । ତେବେ ଚଳିତ ସିଜନ ଧୋନୀଙ୍କର ଶେଷ ସିଜନ ହୋଇପାରେ ବୋଲି ଖୁବ ଆଲୋଚନା ହେଉଛି ।

Get real time updates directly on you device, subscribe now.