fbpx

ଭାରତୀୟ ହକି ତାରକା ଧ୍ୟାନ୍‌ଚାନ୍ଦ୍‌ଙ୍କ ଜୀବନୀ ଉପରେ ପ୍ରସ୍ତୁତ ହେବ ବାୟୋପିକ୍ , ଧ୍ୟାନ୍‌ଚାନ୍ଦ୍‌ଙ୍କ ଭୂମିକାରେ ନଜର ଆସିବେ ବରୁନ

ମୁମ୍ବାଇ (ଓଡ଼ିଶା ଭାସ୍କର): ବିଶ୍ବବିଖ୍ୟାତ ଭାରତୀୟ ହକି ତାରକା ଧ୍ୟାନଚାନ୍ଦଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର । ଏଥିରେ ଧ୍ୟାନଚାନ୍ଦ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତା ବରୁନ ଧାୱନ ।

ଗତ ଦଶନ୍ଧିରେ ଧ୍ୟାନଚାନ୍ଦଙ୍କ ବାୟୋପିକ ପ୍ରସ୍ତୁତ କରିବାକୁ ପ୍ରଯୋଜକ କରନ ଜେହର ଯଥେଷ୍ଟ ଉଦ୍ୟମ କରିଥିଲେ। ଏଥିରେ ସେ ସୁପର ହିରୋ ଶାହାରୁଖ ଖାନଙ୍କୁ ଧ୍ୟାନଚାନ୍ଦଙ୍କ ଭୂମିକାରେ ନେବା ପାଇଁ ମନସ୍ଥ କରିଥିଲେ । ଏଥିପାଇଁ ସିନେମାର ପ୍ରାୟ ପୂର୍ବ ପ୍ରସ୍ତୁତି ସରିଥିଲା । ହେଲେ ପୋଷ୍ଟ ପ୍ରଡକ୍ସନ କାମ ଅବହେଳିତ ହେବାରୁ ସିନେମାଟି ଅଟକିଯାଇଥିଲା ।

ଏବେ ବରୁନ୍‌ କରନ ଜୋହରଙ୍କ ଠାରୁ ଏହି ମୁଭିର କପିରାଇଟ୍‌ ଆଣିଆର୍‌ଏସ୍‌ଭିପି  ବ୍ୟାନରରେ ପ୍ରଯୋଜକ ରୋନି ସ୍କ୍ରିଉୱାଲା ‘ଧ୍ୟାନଚାନ୍ଦ’ଙ୍କ ବାୟୋପିକ୍‌ ନିର୍ମାଣ କରିବାକୁ ଯାଉଛନ୍ତି । ରୋନି ଆଶା ରଖିଛନ୍ତି ଏଇ ଚଳଚ୍ଚିତ୍ରଟିକୁ ୨୦୨୨ରେ ମୁକ୍ତିଲାଭ କରାଇବେ । ଏଇ ଚଳଚ୍ଚିତ୍ର ପାଇଁ ଚିତ୍ରନାଟ୍ୟ ପ୍ରସ୍ତୁତ କରୁଛନ୍ତି ସ୍ରୁତୀକ ସେନ ଏବଂ ନିର୍ଦ୍ଦେଶନା ଦେବେ ଅଭିଷେକ ଦୁବେ ।

ଧ୍ୟାନଚାନ୍ଦଙ୍କ ଭୂମିକା ପାଇଁ ଯଦିଓ ବରୁନଙ୍କୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି, ଅନେକ ଫିଲ୍ମ ସୁଟିଂର ବ୍ୟସ୍ତତା ଯୋଗୁ ବରୁନ ଏପର୍ଯ୍ୟନ୍ତ ହଁ ଭରିନାହାନ୍ତି ।

Get real time updates directly on you device, subscribe now.