fbpx

Silent Heart Attackର ଶିକାର ହୋଇପାରନ୍ତି Diabetes ରୋଗୀ: ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଅଚାନକ ହାର୍ଟ ଆଟାକ ଓ କାର୍ଡିଆକ ଆରେଷ୍ଟରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ୫୦ରୁ ୬୦ ପ୍ରତିଶତ ଡାଇବେଟିସ ରୋଗୀ ହାର୍ଟ ବିମାରୀର ଶିକାର ହୋଇଥାନ୍ତି । ହାଇ ବ୍ଲଡ ଶୁଗାରଧାରୀ ଡାଇବେଟିସ ରୋଗୀଙ୍କଠାରେ ହାର୍ଟ ଡିଜିସର ଆଶଙ୍କା ଅତ୍ୟଧିକ ରହିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏପରି ଲୋକଙ୍କଠାରେ ସାଇଲେଣ୍ଟ ହାର୍ଟ ଆଟାକ ଦେଖାଦେଇପାରେ । ଏହା ଅତିସମ୍ବେଦନଶୀଳ ହୋଇଥିବା ବେଳେ ସେମାନଙ୍କ ଶରୀରେ ଇନସୁଲିନର ସ୍ତର ଠିକ ରୁହେ ନାହିଁ ଓ ଶୁଗର ସ୍ତର ବୃଦ୍ଧି ପାଇଥାଏ । ଯେଉଁ ଲୋକମାନେ ଡାଇବେଟିସରେ ସଂକ୍ରମିତ ହୋଇଥିବେ ଓ ଶୁଗର ସ୍ତର ଅଧିକ ଥିବ, ସେମାନେ ହାର୍ଟର ଦେଖାଶୁଣା କରିବା ଦରକାର । ଏଥିପାଇଁ ନିୟମିତ ଭାବେ ହାର୍ଟର ଯାଞ୍ଚ କରିବା ଜରୁରୀ ।

ଆପୋଲୋ ଡାଇଗ୍ନୋସିସଙ୍କ ମତରେ, ଯେଉଁଥିରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ତାହା ସାଇଲେଣ୍ଟ ହାର୍ଟ ଆଟାକ୍ ହୋଇଥାଏ । ଅଚାନକ ହାର୍ଟ ଆଟାକ ସମସ୍ୟା ନହେବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହା ବିଷୟରେ ଜାଣି ପାରି ନଥାଏ । ବର୍ଷକୁ ସାଇଲେଟ ହାର୍ଟ ଆଟାକରେ ପାଖାପାଖି ୮ ଲକ୍ଷ ଓ ହାର୍ଟ ଆଟାକରେ ପାଖାପାଖି ୧.୭ ଲକ୍ଷ ମାମଲା ସାମ୍ନାକୁ ଆସିଥାଏ ।

ଏକ ରିସର୍ଚ୍ଚ ମୁତାବକ, ଡାଇବେଟିସରେ ପୀଡ଼ିତା ମହିଳାଙ୍କୁ ସାଇଲେଣ୍ଟ ହାର୍ଟ ଆଟାକର ଆଶଙ୍କା ଅଧିକ ଥାଏ । ମାତ୍ର ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ସାଇଲେଣ୍ଟ ହାର୍ଟ ଆଟାକରେ ଶିକାର ହେଉଥିବା ୨୦୨୧ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.