fbpx

ଅଚାନକ୍ ବ୍ଲଡ ସୁଗାର ସ୍ତର କମିଲେ ଡାଇବେଟିସ୍ ରୋଗୀ ଖାଆନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ଡାଇବେଟିସ୍ ରୋଗୀଙ୍କ ପାଇଁ ହାଇ ବ୍ଲଡ ସୁଗାର ଯେତିକି ବିପଜ୍ଜନକ, ବ୍ଲଡ ସୁଗାର ସ୍ତର କମିବା ବି ସେତିକି ଚିନ୍ତାଜନକ । ବିଶେଷଜ୍ଞଙ୍କ ଅନୁସାରେ, ଆମ ଶରୀର ଖାଦ୍ୟକୁ ଗ୍ଲୁକୋଜରେ ପରିଣତ କରି ଶରୀରରେ ଏନର୍ଜି ଭାବେ ବ୍ୟବହାର କରିଥାଏ । କିନ୍ତୁ ଯେବେ ଶରୀରରେ ଗ୍ଲୁକୋଜର ଅଭାବ ହୋଇଥାଏ, ତେବେ ଶରୀର ଠିକ୍ ଭାବେ କାମ କରିନଥାଏ ।

ଡାଇବେଟିସ୍ ରୋଗୀମାନେ ସୁଗାର ସ୍ତରକୁ ବାଲାନ୍ସ କରିବା ପାଇଁ ଇନସୁଲିନ୍ ଓ ମେଡିସିନ୍ ନେଇଥାନ୍ତି, କିନ୍ତୁ ବହୁବାର ଅଚାନକ୍ ସୁଗାର ସ୍ତର ଅଚାନକ୍ ବହୁତ କମ୍ ହୋଇଯାଏ । ଲୋ ବ୍ଲଡ ସୁଗାର ଲେବଲ କାରଣରୁ ବିଚଳିତ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ଓ ଶୋଇବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଦେଇଥାଏ । କିଛି ମାମଲାରେ ଗୁରୁତର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଲୋ ବ୍ଲଡ ସୁଗାର ଲେବଲ ବାରମ୍ବାର ହୋଇଥାଏ । ତେଣୁ ସୁଗାର ଲେବଲକୁ ବାଲାନ୍ସ କରିବା ପାଇଁ ଆପଣ କେଉଁ ଖାଦ୍ୟ ଖାଇବା ଉଚିତ୍, ଆସନ୍ତୁ ଜାଣିବା…

ଜୁସ ପିଅନ୍ତୁ
ଆପଣ ସେଓ, କମଳା, ସପୁରୀ ଏବଂ କ୍ରାନବେରୀ ରସ ପିଇପାରିବେ । ଏହା ପରେ ଆପଣ ବ୍ଲାଡ ସୁଗାର ଲେବଲ ଯାଞ୍ଚ କରନ୍ତୁ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ । ସୁଗାର ଲେବଲକୁ ସର୍ବଦା ସନ୍ତୁଳିତ ରଖନ୍ତୁ ।

ସତେଜ ଫଳ ଓ ଡ୍ରାଏ ଫ୍ରୁଟସ୍
ବ୍ଲଡ ସୁଗାର ଲେବଲରେ ଅଚାନକ୍ ଆସୁଥିବା ହ୍ରାସ ଘଟୁଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ତାଜା ଫଳ କିମ୍ବା ଡ୍ରାଏ ଫ୍ରୁଟସ୍ ମଧ୍ୟ ଖାଇ ପାରିବେ । କାର୍ବୋହାଇଡ୍ରେଟରେ ଭରପୂର କଦଳୀ, ଅଙ୍ଗୁର, ସେଓ ଏବଂ କମଳା ପରି ଫଳ ଖାଆନ୍ତୁ । ଆପଣ ଡ୍ରଏ ଫ୍ରୁଟସ୍ ରେ ଦୁଇ ବଡ଼ ଚାମଚ କିସମିସ୍ ଖାଇପାରିବେ । ଏହା ବ୍ଲଡ ସୁଗାରକୁ ମ୍ୟାନେଜ୍ କରିବାରେ ସାହାଯ୍ୟ କରିବ ।

ଫ୍ୟାଟ୍ ଫ୍ରି କ୍ଷୀର
ଏକ କପ୍ ଗରମ କ୍ଷୀର ପିଇବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ଲେବଲ ବଢ଼ିବାରେ । ଏଥିପାଇଁ ଫ୍ୟାଟ୍ ଫ୍ରି କ୍ଷୀର ପିଅନ୍ତୁ । କ୍ଷୀରରେ ଭିଟାମିନ୍ ଡି ଏବଂ କାର୍ବୋହାଇଡ୍ରେଟ୍ ଥାଏ, ଯାହା ବ୍ଲଡ ସୁଗାର ଲେବଲକୁ ମ୍ୟାନେଜ୍ କରିବାରେ ସାହାର୍ଯ୍ୟ କରିଥାଏ ।

ଗ୍ଲୁକୋଜ୍ ଟାବଲେଟ୍
ଲୋ ବ୍ଲଡ ସୁଗାର ସମସ୍ୟାରେ ଆପଣ ଗ୍ଲୁକୋଜ୍ ଟାବଲେଟ୍ ନେଇପାରିବେ । କିନ୍ତୁ ପରିମାଣକୁ ଧ୍ୟାନ ଦେବା ଉଚିତ୍ । ବ୍ଲଡ ସୁଗାରକୁ ମ୍ୟାନେଜ୍ କରିବା ପାଇଁ ୧୫ ରୁ ୨୦ ଗ୍ରାମ ଯଥେଷ୍ଟ । ଏହାକୁ ଖାଇବା ପରେ ୧୦ ରୁ ୨୦ ମିନିଟ୍ ଅପେକ୍ଷା କରନ୍ତୁ ଓ ପରେ ସୁଗାର ଲେବଲ ଯାଞ୍ଚ କରନ୍ତୁ ।

କ୍ୟାଣ୍ଡି
ଗୁମ୍ମି କ୍ୟାଣ୍ଡିରେ କାର୍ବୋହାଇଡ୍ରେଟ୍ ଥାଏ, ଯାହା ବ୍ଲଡ ସୁଗାର ଲେବଲ ଉପରେ ପ୍ରଭାବ ପକାଇଥାଏ । ଏହା ରକ୍ତରେ ତୀବ୍ର ଭାବେ ଅବଶୋଷିତ ହୋଇଥାଏ ଓ ବ୍ଲଡ ସୁଗାରକୁ ବାଲାନ୍ସ କରିଥାଏ । ଏହାକୁ ଖାଇବାର ୧୫ ମିନିଟ୍ ପରେ ବ୍ଲଡ ସୁଗାର ଲେବଲ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.