ଡାଇରିଆର ନୂଆ ହଟସ୍ପଟ ବାଙ୍କୀ, ହସ୍ପିଟାଲରେ ୫୦ ଜଣ ଭର୍ତ୍ତି

କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଡାଇରିଆ ଭୟ ଦେଖାଦେଇଛି । ପାଖାପାଖି ୫୦ ଜଣ ଗ୍ରାମବାସୀ ଏହି କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବାଙ୍କି : କଟକ ଜିଲ୍ଲା ବାଙ୍କି ବ୍ଲକ ଅନ୍ତର୍ଗତ କରଡାପଲ୍ଲୀ ଗାଁର ପାଖାପାଖି ୫୦ ଜଣ ଲୋକେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ୨ ଦିନ ହେବ ଗାଁର ମହିଳା ଏବଂ ପିଲାଙ୍କୁ ମିଶାଇ ପାଖାପାଖି ୫୦ ଜଣ ଗମ୍ଭୀର ଭାବେ ଅସୁସ୍ଥ ହୋଇ କଳାପଥର ସିଏଚସିରେ ଭର୍ତ୍ତି ହୋଇଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ଥିବା ସମସ୍ତ ଗ୍ରାମବାସୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଦୂଷିତ ପାଣି ଯୋଗୁଁ ଏହି ସମସ୍ୟା ଉପୁଜିଛି ବୋଲି ସମସ୍ତେ ଅନୁମାନ କରୁଛନ୍ତି ।

ଏହି ଘଟଣା ପରେ ଅଶା ଏବଂ ଅଙ୍ଗନବାଡି କର୍ମଚାରୀ ଘରକୁ ଘର ବୁଲି ଓଆରଏସ ବାଣ୍ଟିବା ଏବଂ ଔଷଧ ବାଣ୍ଟିବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ତାହା ତଦାରଖ କରୁଛନ୍ତି । ଏତତ ବାଦ ଖୋଲା ସ୍ଥାନରେ ଥିବା ନଳପୂପ ଏବଂ କୁଅଁରେ ବ୍ଲିଚିଙ୍ଗ ମଧ୍ୟ ଛିଞ୍ଚନ ମଧ୍ୟ କରାଯାଉଛି ।