fbpx

ବିଗବସ ଓଟିଟି ଜିତିଲେ ଦିବ୍ୟା ଅଗ୍ରୱାଲ; ମିଳିଲା ୨୫ ଲକ୍ଷ ଟଙ୍କା

ମୁମ୍ବାଇ: ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ‘ବିଗବସ୍ ଓଟିଟି’ ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି । ଏହି ରିଆଲିଟି ସୋରେ ସମସ୍ତଙ୍କୁ ପଛରେ ପକାଇ ସିଜିନ୍ -୧ର ବିଜେତା ହୋଇଛନ୍ତି ଦିବ୍ୟା ଅଗ୍ରଓ୍ବାଲ । ଶନିବାର ଏହାର ଗ୍ରାଣ୍ଡଫାଇନାଲ ଶେଷ ହୋଇଛି । ଫାଇନାଲକୁ ୩ ଜଣ ମନୋନିତ ହୋଇଥିବା ବେଳେ କୋରିଓଗ୍ରାଫର ନିଶାନ୍ତ ଭଟ ଏବଂ ଅଭିନେତ୍ରୀ ଶମିତା ଶେଟ୍ଟୀଙ୍କୁ ପଛରେ ପକାଇ ବିଗବସ୍ ଓଟିଟି’ର ଟ୍ରଫି ହାତେଇନେଇଛନ୍ତି ଦିବ୍ୟା । ସୋ’ର ହୋଷ୍ଟ କରଣ ଜୋହର ବିଜେତାଙ୍କ ନାମ ଘୋଷଣା କରିଥିଲେ ।

ବିଗବସ ଓଟିଟି ଟ୍ରଫି ସହ ଦିବ୍ୟାଙ୍କୁ ୨୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର ଅପ ହୋଇଛନ୍ତି । ବିଜେତାଙ୍କ ନାମ ଘୋଷଣା ହେବା ପରେ ଦିବ୍ୟାଙ୍କୁ ‘ବିଗବସ୍ ସିଜିନ ୭’ ର ବିଜେତା ଗୌହର ଖାନ୍ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ । ତେବେ ଖୁବଶିଘ୍ର ଟିଭି ପରଦାରେ ‘ବିଗବସ୍ ୧୫’ ଆସିବା ନେଇ ଗତକକାଲି କରଣ ଜୋହର ଶୋ ଶେଷରେ କହିଥିଲେ ।

Get real time updates directly on you device, subscribe now.