fbpx

କପଲ ଗୋଲ: ରାହୁଲଙ୍କ ଟି ଶାର୍ଟରେ ନଜର ଆସିଲେ ଆଥିୟା

ମୁମ୍ବାଇ: ଭାରତୀୟ ଦଳର ଷ୍ଟାଇଲିସ ବ୍ୟାଟ୍ସମ୍ୟାନ କେ ଏଲ୍ ରାହୁଲ ଏବଂ ବଲିଉଡ ୍ରଅଭିନେତ୍ରୀ ଆଥିୟା ସେଟ୍ଟୀ ଯୁବପିଢିଙ୍କୁ କପଲ ଗୋଲର ନୂଆ ଉଦାହରଣ ଦେଖାଇଛନ୍ତି । ରାହୁଲ ଭାରତୀୟ ଦଳ ସହିତ ଇଂଲଣ୍ଡ ଗସ୍ତରେ ରହିଥିବା ବେଳେ ଆଥିୟା ମଧ୍ୟ ନିଜ ଭାଇ ଆହାନଙ୍କ ସହିତ ଛୁଟି କଟାଉଛନ୍ତି । ନିଜ ସମ୍ପର୍କକୁ ଉଭୟ ଆଥିୟା ଏବଂ ରାହୁଲ ଖୋଲାଖୋଲି ସ୍ୱୀକାର କରିନାହାନ୍ତି । ତେବେ ନିକଟରେ ଆଥିୟାଙ୍କୁ ଲଣ୍ଡନର ରାସ୍ତାରେ ବୟଫ୍ରେଣ୍ଡ ରାହୁଲଙ୍କ ଟି ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Athiya Shetty (@athiyashetty)

୫ ମାସ ପୂର୍ବରୁ ରାହୁଲ ପିନ୍ଧିଥିବା ଟି ଶାର୍ଟରେ ନଜର ଆସିଛନ୍ତି ରାହୁଲ । ରାହୁଲ ସାର୍ଟ ପିନ୍ଧି କଫି ବନାଉଥିବାର ଫଟୋଟି ପୋଷ୍ଟ କରିଥିବା ବେଳେ ଆଥିୟା ଲଣ୍ଡନର ରାସ୍ତାରେ ସମାନ ଟି ଶାର୍ଟରେ ନଜର ଆସିଥିଲେ । ଆଥିୟା ଆଇସକ୍ରିମ୍ ଖାଉଥିବା ବେଳେ ସେଲ୍ଫି ନେଇ ଫଟୋଟି ଶେୟାର କରିଛନ୍ତି । ଏହା ସହିତ ଉଭୟଙ୍କ ସମ୍ପର୍କକୁ ସ୍ୱୀକାର କରିଛନ୍ତି ଆଥିୟା । ନିକଟରେ ଉଭୟ ଆଥିୟା ଓ ରାହୁଲ ଏକ ଫ୍ରାନ୍ସ ଚଷମା ବ୍ରାଣ୍ଡର ଆଡରେ ଏକାଠି ନଜର ଆସିଥିଲେ ।

 

View this post on Instagram

 

A post shared by KL Rahul? (@rahulkl)

Get real time updates directly on you device, subscribe now.