ବଲିଉଡ୍ରେ କାହା ସହିତ ପଡ଼ିଥିଲା ଧକ ଧକ ଗାର୍ଲଙ୍କ ବିବାହ ପ୍ରସ୍ତାବ?
ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିବାହ ପାଇଁ ତାଙ୍କୁ କୁଆଡ଼େ କରାଯାଇଥିଲା ରିଜେକ୍ଟ। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ତାଙ୍କୁ କିଏ କରିଥିଲେ ରିଜେକ୍ଟ?
ମୁମ୍ବାଇ: ବଲିଉଡ୍ର ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ। ତାଙ୍କ ଚାହାଣୀ ଓ ଚୁଲ୍ବୁଲି ଅଭିନୟରେ ଦିୱାନା ହୋଇଥିଲା ପୂରା ଦୁନିଆ। ସେ ଥିଲେ ହଜାରେ ନାୟକଙ୍କ ମନର ରାଣୀ। ମାୟାନଗରୀରେ ଥିଲେ ସବୁଠାରୁ ଡିମାଣ୍ଡେବଲ୍ ଅଭିନେତ୍ରୀ।
ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିବାହ ପାଇଁ ତାଙ୍କୁ କୁଆଡ଼େ କରାଯାଇଥିଲା ରିଜେକ୍ଟ। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ତାଙ୍କୁ କିଏ କରିଥିଲେ ରିଜେକ୍ଟ? ଯିଏ ହଜାରେ ରାଜାଙ୍କ ରାଣୀ ସାଜିଥିଲେ, ତାଙ୍କୁ ପୁଣି ହୋଇଥିଲା ରିଜେକ୍ଟ! ତାହାହେଲେ ଆସନ୍ତୁ ସେ ବିଷୟରେ ଜାଣିବା।
Uttarakhand Govt.
ମାୟାନଗାରୀ ଜଣେ ମଧୁର ଓ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ସୁରେଶ ୱାଡେକର। ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ମାଧୁରୀ ଦୀକ୍ଷିତଙ୍କ ବିବାହ ପ୍ରସଙ୍ଗ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିଲା। ବିଭିନ୍ନ ଗଣମାଧ୍ୟମରେ ଦାବି କରାଯାଇଥିଲା ଯେ, ମାଧୁରୀଙ୍କ ବିବାହ ପ୍ରସ୍ତାବ ସୁରେଶ ୱାଡେକରଙ୍କ ପାଖକୁ ଆସିଥିଲା। କିନ୍ତୁ ପରିବାର ତାଙ୍କୁ ପ୍ରସ୍ତାବକୁ ରିଜେକ୍ଟ କରିଥିଲେ। ମଧୁରୀଙ୍କୁ ‘ଅତ୍ୟଧିକ ଦୁର୍ବଳା’ କହି ସୁରେଶଙ୍କ ପରିବାର ଲୋକେ ନାପସନ୍ଦ କରିଥିବା କୁହାଯାଇଥିଲା।
ମାୟା ନଗରୀରେ ଚାଲିଥିବା ଚାଲିଥିବା ଚର୍ଚ୍ଚାର ଅନ୍ତ ଏବେ ଘଟିଛି। କିଛି ଦିନ ତଳେ ସୁରେଶ ୱାଡ଼େକର ଏକ ପ୍ରୋଡ଼କାଷ୍ଟକୁ ସାକ୍ଷାତକାର ଦେଇଥିଲେ। ସେହି ସମୟରେ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ହୋଇଥିଲା। ସୁରେଶ ୱାଡେକର ଏହି ଦାବିକୁ ଖଣ୍ଡନ କରିଥିଲେ। ଆଉ କହିଥିଲେ; ଏଭଳି କୌଣସି ବିବାହ ପ୍ରସ୍ତାବ ମୋ ପରିବାର ପାଖକୁ ଆସିନଥିଲା। ମୁଁ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ କରେ। ତାଙ୍କ ପ୍ରତି ମୋର ଭଲ ପାଇବା ଅଛି। ସେ ମୋର ଜଣେ ଭଲ ବନ୍ଧୁ ବୋଲି କହିଥିଲେ।

