ଖରା ବଢ଼ୁଛି, ବଜାରରୁ ଡାଏଟ୍ କୋକ୍ ଗାୟବ! ଜାଣନ୍ତୁ କାହିଁକି?

ଡାଏଟ୍ କୋକ୍ (Diet Coke) ପିଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି।

ଭୁବନେଶ୍ୱର : ଗରମ ବଢିବା ସହିତ ଥଣ୍ଡା ପାନୀୟ ଜଳର ଚାହିଦା ମଧ୍ୟ ଧିରେ ଧିରେ ବଢିବାକୁ ଲାଗେ । ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଡାଏଟ କୋକ ସଉକ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଦୁଃଖଦ ଖବର । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ନେଇ ଦେଶର ବଡ ବଡ ସହର ଯେପରି ମୁମ୍ବାଇ, ବାଙ୍ଗାଲୋର , ପୁଣେ ଏବଂ ଅହମ୍ମଦାବାଦ ରେ ଡାଏଟ କୋକ ହଠାତ ଗାଏବ ହୋଇଯାଉଥିବାର ଦେଖିବାକୁ ମିଳିଛି ।

ଦୋକାନ ମାନଙ୍କରେ ଏହି କ୍ୟାନ ହଠାତ ସରିଯାଇଥାଇ ପାରେ କିମ୍ବା ଏହା ବଜାରରେ ଏହାର ସୀମିତ ଷ୍ଟକ ଉପଲବ୍ଧ ରହିଛି । ଏହାକୁ ନେଇ ଗ୍ରାହକ ସୋସିଆଲ ମିଡିଆରେ ନିଜର ଅସନ୍ତୁଷ୍ଟ ଜାହିର କରୁଛନ୍ତି । କୌଣସି ସ୍ଥାନୀୟ କାରଣକୁ ନେଇ ଡାଏଟ କୋକର ଅଭାବ ଦେଖା ଦେଇ ନାହିଁ ବରଂ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ହିଁ ଏହାର ପ୍ରମୁଖ କାରଣ ହୋଇଥାଇ ପାରେ ।

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଡାଏଟ କୋକ ଏବଂ ଅନ୍ୟ ମୃଦୁ ପାନୀୟ ପାଇଁ ଆବଶ୍ୟକ ଥିବା ପଲ୍ୟୁମିନିୟମ କ୍ୟାନର ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଆମେରିକା-ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବଂ ଭୂ-ରାଜନୈତିକରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ସାମୁଦ୍ରିକ ବ୍ୟାପର ଜଳପଥ ଉପରେ ବଡ ପ୍ରଭାବ ପଡିଛି । ଯୁଦ୍ଧ କାରଣରୁ ଜିନିଷପତ୍ର ପରିବହନ ଏବଂ ଲୋଡିଂ ଓ ଅନଲୋଡିଂ ଉପରେ ଗଭୀର ପ୍ରଭାବ ପଡିଛି ଯାହା ଫଳରେ କଞ୍ଚାମାଲ ଆଣିବାରେ ବହୁତ ବିଳମ୍ବ ହେଉଛି ।

ବିଶ୍ୱ ବଜାରରେ ଦେଖାଦେଇଥିବା ଅନିଶ୍ଚିତତା ଯୋଗୁଁ ଧାତୁଗୁଡ଼ିକର ଦାମରେ ବଡ଼ ପ୍ରଭାବ ପଡ଼ିଛି। ଭାରତୀୟ ବଜାରରେ ଏଲୁମିନିୟମର ଦାମ ବଢ଼ିଯାଇ କିଲୋ ପ୍ରତି ପ୍ରାୟ ୩୭୫ ଟଙ୍କାରେ ପହଞ୍ଚିଛି। ସାରା ବିଶ୍ୱରେ ମୋଟ ଏଲୁମିନିୟମ ଉତ୍ପାଦନର ପ୍ରାୟ ୯ ପ୍ରତିଶତ (ପାଖାପାଖି ୭୦ ଲକ୍ଷ ମେଟ୍ରିକ ଟନ୍) କେବଳ ମଧ୍ୟ-ପ୍ରାଚ୍ୟ ବା ମିଡିଲ୍ ଇଷ୍ଟ ଅଞ୍ଚଳରୁ ଆସିଥାଏ। ଉତ୍ପାଦନ ବ୍ୟତୀତ ବିଶ୍ୱ ବାଣିଜ୍ୟ କାରବାର ପାଇଁ ମଧ୍ୟ ଏହି ଅଞ୍ଚଳ ଅତି ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞଙ୍କ ମତରେ, ଯଦି ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଭଳି ମୁଖ୍ୟ ସାମୁଦ୍ରିକ ମାର୍ଗରେ ତିକ୍ତତା କମିବ ନାହିଁ, ତେବେ ଆଗାମୀ ଦିନରେ ସପ୍ଲାଏ ଚେନ୍ ଆହୁରି ଖରାପ ଭାବେ ପ୍ରଭାବିତ ହୋଇପାରେ। ବର୍ତ୍ତମାନ ଚାହିଦା ତୁଳନାରେ ଯୋଗାଣ କମ୍ ଥିବାରୁ, ଏହି ଖରା ଦିନେ ସଫ୍ଟ ଡ୍ରିଙ୍କ୍ ବ୍ୟବସାୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବା ସମସ୍ୟା ସୃଷ୍ଟି ହୋଇଛି।