fbpx

Digital Fasting: ମୋବାଇଲରୁ ଇଣ୍ଟରନେଟ୍ ରୁ ଦୂରେଇବା ପାଇଁ ଜୈନ ସମୁଦାୟର ନିଆରା ପ୍ରୟାସ… 

ନୂଆଦିଲ୍ଳୀ: ଆପଣ ନିଶ୍ଚୟ କେବେ ନା’ କେବେ ଉପବାସ ତ’ କରିଥିବେ । ସାଧାରଣତଃ କୌଣସି ମନୋସ୍କାମନା ପୂରଣ ପାଇଁ ଆମେ ଉପବାସ କରିଥାଉଁ । କେହି କୌଣସି କାମରେ ସଫଳତା ପାଇଁ ତ’ ପୁଣି ଘରେ ସୁଖ ଶାନ୍ତି ପାଇଁ ଉପବାସ ରଖିଥାନ୍ତି । ଭଗବାନଙ୍କ ସାନିଧ୍ୟ ଲାଭ ପାଇଁ ବିଭିନ୍ନ ପୂଜା ପର୍ବାଣୀରେ ଲୋକମାନେ ଉପବାସ କରିଥାନ୍ତି । କିନ୍ତୁ କ’ଣ ଆପଣ କେବେ ଡିଜିଟାଲ ଉପବାସ (Digital Fasting) କଥା ଶୁଣିଛନ୍ତି କି? ଏବେ ଏହି ଡିଜିଟାଲ ଉପବାସକୁ ନେଇ ଚର୍ଚ୍ଚା ହେଉଛି ।

ମୋବାଇଲ ଇଣ୍ଟରନେଟ୍ ଆଜିର ଦୁନିଆରେ ଏତେ ଆବଶ୍ୟକୀୟ ହୋଇପଡ଼ିଛି । କଲ୍ କରିବା ଠାରୁ ଆରମ୍ଭ କରି ଟଙ୍କା ପଠାଇବା ପର୍ଯ୍ୟନ୍ତ ପୁଣି ଫଟୋ ହେଉ କିମ୍ବା ଇଣ୍ଟରନେଟ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ । ସବୁକାମରେ ବ୍ୟବହାର ହେଉଛି ମୋବାଇଲ । ଏହି ମୋବାଇଲ ଇଣ୍ଟରନେଟ୍ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଗଲାଣି । ଏହାର ଅନେକ କୁପ୍ରଭାବ ମଧ୍ୟ ପଡ଼ିବାରେ ଲାଗିଛି ।

ତେବେ ଏହାର ଅପକାରିତାକୁ ଧ୍ୟାନରେ ରଖି ଜୈନ ସମୁଦାୟର କିଛି ବ୍ୟକ୍ତି ଡିଜିଟାଲ ଉପବାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାର ଲକ୍ଷ୍ୟ ଥିଲା ଏହିସବୁ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଠାରୁ ଗୋଟିଏ ଦିନ ଦୂରରେ ରହିବା । ମଧ୍ୟପ୍ରଦେଶରେ ବେଗମଗଞ୍ଜ ଟାଉନ ମନ୍ଦିରରେ ପର୍ୟୁଷଣ ପର୍ବ ପାଳନ ଅବସରରେ ଏଭଳି ଏକ ନିଆରା କାର୍ଯକ୍ରମ କରିଥିଲେ ଜୈନ ସମୁଦାୟ ଏହି ବ୍ୟକ୍ତିମାନେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ମେମ୍ବର ସେମାନଙ୍କର ସ୍ମାର୍ଟଫୋନକୁ ପୂରା ୨୪ ଘଣ୍ଟା ପାଇଁ ଦୂରରେ ରଖିଥିଲେ ।

ପର୍ୟୁଷଣ ପର୍ବ ହେଉଛି ଜୈନ ସମୁଦାୟଙ୍କ ଏକ ମୁଖ୍ୟ ପର୍ବ ଯାହା ପ୍ରତିବର୍ଷ ଆୟୋଜନ କରାଯାଇଥାଏ । ଏହି ପର୍ବ ପାଳନ କଲେ ଆତ୍ମଶୁଦ୍ଧି, ଆନ୍ତରିକ ଶାନ୍ତି ଏବଂ ଆଧ୍ୟାତ୍ମିକ ବିକାଶ ହୋଇଥାଏ । ସମୁଦାୟର ମେମ୍ବରମାନେ ଏହି ପର୍ବରେ ଯୋଗଦେଇ ଉପବାସ କରିବା ସହ ପୂଜା ଏବଂ ଅନ୍ୟାନ୍ୟ ରୀତିନୀତିରେ ସାମିଲ ହେଇଥାନ୍ତି ।

Get real time updates directly on you device, subscribe now.