fbpx

ଡିଜିଟାଲ୍‍ ସେବା କ୍ଷେତ୍ରରେ ରାଜ୍ୟ ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ଗୋଲ୍ଡ ସମ୍ମାନ

ଡିଜିଟାଲ୍‍ ସେବା କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ଲାଗି ରାଜ୍ୟ ଅବକାରୀ ବିଭାଗକୁ “ଡିଜିଟାଲ୍‍ ଇଣ୍ଡିଆ ଗୋଲ୍ଡ’ ସମ୍ମାନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶନିବାର ଆୟୋଜିତ ଏକ କାର୍ୟ୍ୟକ୍ରମରେ ରାଜ୍ୟ ଅବକାରୀ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୁର୍ବତନ ପ୍ରମୂଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ବାଳ ଗ୍ରହଣ କରିଛନ୍ତି।

ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ ଏନ୍ଆକଇସି ସହାୟତାରେ ଅବକାରୀ ବିଭାଗ ଏହି ଡିଜିଟାଲ୍‍ ଇ-ଅବକାରୀ ବ୍ୟବସ୍ଥା ଆପଣାଇଛନ୍ତି । ଏହି ବ୍ୟବସ୍ଥାରେ ଇ-ଲଟେରୀ ଲାଇସେନ୍ସର ତତ୍କ୍ଷସଣାତ୍‍ ନବୀକରଣ, ବ୍ରାଣ୍ଡଲେବଲ ପଞ୍ଜୀକରଣ ସହ ମଦ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ ବ୍ୟବସ୍ଥାକୁ ରିଅଲ ଟାଇମରେ ଟ୍ରାକ୍‍ କରିବା ଲାଗି ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ବେଆଇନ ଓ ନକଲି ମଦ କାରବାର ଉପରେ ଚଢ଼ାଉ ଏବଂ ଆବଶ୍ୟକତା ଭିତ୍ତିରେ ଯୋଗାଣର ନିୟନ୍ତ୍ରଣ ବ୍ୟବସ୍ଥାରେ ମଧ୍ୟ ସ୍ୱଚ୍ଛତା ଆସିପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଗତ ବର୍ଷ ଡିସେମ୍ବର ସୁଦ୍ଧା ୨୯୦୩୮ ଗୋଟି ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫୫୪୧ ଗୋଟି ମୋକଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୫୬% ଅଧିକ। ଗତ ବର୍ଷ ଡିସେମ୍ବର ସୁଦ୍ଧା ଏନ୍.ଡି.ପି.ଏସ୍. ଆଇନ୍ ରେ ୧୩୧୦ ଗୋଟି ମୋକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୫୭୫ ଗୋଟି ମୋକଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୧୨୭% ଅଧିକ। ଚଳିତ ବର୍ଷ ଅବକାରୀ ରାଜସ୍ଵ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲାଯାହା କି ୨୩.୩୬% ଅଧିକ।

ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କର୫-ଟି ସୁତ୍ର ଅନୁସାରେ ପ୍ରଯୁକ୍ତି ବିଦ୍ୟା କୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉ ଅଛି।

Get real time updates directly on you device, subscribe now.