୧୦ ବର୍ଷ ହେଲା ପେଟରେ ପଥର ଧରି ଅଭିନୟ କରୁଛନ୍ତି ଦିଲଜିତ ଦୋସାଞ୍ଜ

ଦିଲଜିତ ନିକଟରେ ଚଳଚ୍ଚିତ୍ର ‘ମୈ ୱାପସ ଆଉଙ୍ଗା' ରେ ନଜର ଆସିଛନ୍ତି। ଏହାର ନିର୍ଦ୍ଦେଶନା ଇମତିଆଜ ଅଲୀ କରିଛନ୍ତି

ମୁମ୍ବାଇ: ଅଭିନେତା ଓ ଗାୟକ ଦିଲଜିତ ଦୋସାଞ୍ଜ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀରେ ଜୀବନ ଅତିବାହିତ କରନ୍ତି। ପଞ୍ଜାବୀ ସିନେମାଠାରୁ ଆରମ୍ଭ କରି ବଲିଉଡ ପର‌୍ୟ୍ୟନ୍ତ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଦିଲଜିତ ନିଜ ସହ ଜଡ଼ିତ ଏକ ବଡ଼ ରହସ୍ୟର ପରଦାଫାଶ କରିଛନ୍ତି। ୧୦ ବର୍ଷ ହେଲା ତାଙ୍କ ପିତ୍ତକୋଷରେ ଏକ ପଥର ଥିବା କହିଛନ୍ତି। ଏ ସମ୍ପର୍କରେ ପରିବାର ଲୋକେ ଜାଣିନାହାନ୍ତି।

ଏକ ସାକ୍ଷାତକାରରେ ଦିଲଜିତ କହିଛନ୍ତି; ମୋ’ ପିତ୍ତକୋଷରେ ୧୧ରୁ ୧୨ ଏମଏମର ଏକ ପଥର ଅଛି। ୨୦୧୫ ମସିହାରେ ମୋତେ ଏ ବିଷୟରେ ଜଣାପଡ଼ିଥିଲା। ଡାକ୍ତର ଯାଞ୍ଚ କରିବା ପରେ ପଥର ଥିବା କହିଥିଲେ। ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଜଣେ ବନ୍ଧୁ କହିଥିଲେ, ଯଦି ସେହି ପଥର ଯୋଗୁଁ କୌଣସି ଅସୁବିଧା ହେଉନାହିଁ, ତେବେ ତାହାର ଅପରେସନ କାହିଁକି କରୁଛ? ୨୦୧୫ ମସିହାରୁ ଆଜି ଯାଏଁ ୨୦୨୬ ହେଲାଣି। ପିତ୍ତକୋଷରେ ଥିବା ସେହି ପଥରକୁ ଅପରେସନ କରିନାହିଁ। ଏଥିପାଇଁ କୌଣସି କଷ୍ଟ ମଧ୍ୟ ହୋଇନାହିଁ ବୋଲି ସେ କହିଛନ୍ତି।

ଦିଲଜିତଙ୍କ କହିବା ଅନୁସାରେ ବୋଧହୁଏ ସେହି ପଥର ଏବେ ନଷ୍ଟ ହୋଇଯାଇଥିବ। ତଥାପି ସୁରକ୍ଷା ଦୃଷ୍ଟିରୁ ସବୁବେଳେ ନିଜ ବ୍ୟାଗରେ ମେଡିସିନ ବକ୍ସ ରଖିଛି। ଏହି ଷ୍ଟୋନ୍ ବିଷୟରେ ସେ ଏପର‌୍ୟ୍ୟନ୍ତ କାହାକୁ କହିନଥିଲେ। ତାଙ୍କ ପରିବାର ଓ ବନ୍ଧୁମାନଙ୍କ ପାଖରେ ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ନଥିଲା।

ଦିଲଜିତ ନିକଟରେ ଚଳଚ୍ଚିତ୍ର ‘ମୈ ୱାପସ ଆଉଙ୍ଗା’ ରେ ନଜର ଆସିଛନ୍ତି। ଏହାର ନିର୍ଦ୍ଦେଶନା ଇମତିଆଜ ଅଲୀ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଇମତିଆଜ ଓ ଦିଲଜିତ ଯେତେବେଳେ ବି ଏକାଠି ଆସନ୍ତି, ପ୍ରେକ୍ଷାଳୟରେ ଏକ ଜବରଦସ୍ତ ମାହୋଲ୍ ସୃଷ୍ଟି ହୁଏ। ଦିଲଜିତ ପୂର୍ବରୁ ଏହି ନିର୍ଦ୍ଦେଶକଙ୍କ ‘ଅମର ସିଂ ଚମକିଲା’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ହିନ୍ଦୀ ବ୍ୟତୀତ ସେ ପଞ୍ଜାବୀ ସିନେମାରେ ମଧ୍ୟ କାମ କରନ୍ତି। ଅଭିନୟ ବ୍ୟତୀତ ସେ ମ୍ୟୁଜିକ୍ କନସର୍ଟରେ ବ୍ୟସ୍ତ ରୁହନ୍ତି।