fbpx

ଖୋଲୁଛି ଗୁମର, ଡ଼ିଜିପିଙ୍କୁ ଭେଟିଲେ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେବାକୁ ବସିଛି । ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆଗେଇ ଚାଲିଛି । ସେଥିପାଇଁ ଏହି ମାମଲାର ତଦାରଖ କରୁଥିବା ଜଷ୍ଟିସ ଦାସଙ୍କ ଘରେ ଏଡିଜି ଅରୁଣ ବୋଥ୍ରା ପହଁଚି ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଆଲୋଚନା କରିଥିବା ବେଳେ ପୋଲିସ ଡିଜି ବଂଶଲଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ଭେଟିଛନ୍ତି ।

ସୂଚନା ମୁତାବକ, ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ ମଧ୍ୟ ଡିଜିପିଙ୍କୁ ଭେଟିଛନ୍ତି । ଡିଜିପିଙ୍କ କ୍ୟାମ୍ପ ଅଫିସରେ ଦୁଇ ପ୍ରମୁଖ ଅଧିକାରୀ ଭେଟିଛନ୍ତି । କିଛି ସମୟ ପୂର୍ବରୁ ଆଇନ ଶୃଙ୍ଖଳା ଏଡ଼ିଜି ମଧ୍ୟ ଡିଜିପିଙ୍କୁ ଭେଟିଛନ୍ତି । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କଥା ଜଣାପଡ଼ିଛି । ଅନ୍ୟପଟେ ଗୋପାଳ କୋଇଲା ଠିକାଦାରର କାର ଚଢୁଥିବା ଖବର ଆସିବା ପରେ ଗୋପାଳ ସେହି କାରକୁ ମାତ୍ର ଲକ୍ଷେ ଟଙ୍କାରେ କିଣିଥିବା କଥା ସାମ୍ନାକୁ ଆସିଛି ।

ଏନେଇ କାର୍ ମାଲିକ ଅରୁଣ ମୁନ୍ଦ୍ରା ସୂଚନା ଦେଇ କହିଛନ୍ତି ଯେ, ‘ଗୋପାଳ ଲକ୍ଷେ ଟଙ୍କାରେ କାର୍ କିଣିଥିଲା, ଏହି କାରକୁ କିଣିବା ଲାଗି ଗୋପାଳ ନଭେମ୍ବର ୨୫ ତାରିଖରେ ୫୦ ହଜାର ଟଙ୍କା ଦେଇଥିଲା । ସେବେଠାରୁ କାର ଆଣି ଚଢିଥିବା ବେଳେ ଆଉ ୫୦ ହଜାର ଟଙ୍କା ଦେବାର ଥିଲା । ବାକି ଟଙ୍କା ଫେରସ୍ତ ପରେ ମାଲିକାନା ବଦଳି ଯାଇଥାନ୍ତା । ନବେ ଦଶକରୁ ମୋର କୋଇଲା ବ୍ୟବସାୟ ରହିଛି ଏବଂ ପେଟ୍ରୋଲ ଓ ବାଇକ ଶୋରୁମ ମଧ୍ୟ ରହିଛି । ଗାଡ଼ିରୁ କିଛି କାଗଜପତ୍ର ମିଳିବା ନେଇ ମୋତେ କିଛି ଜଣା ନାହିଁ ।’

Get real time updates directly on you device, subscribe now.