ପୁଣି ଲଜ୍ଜ୍ୟା… ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ, କପା ତୋଳିବାକୁ ଯାଇଥିବା ବେଳେ ଏକାପାଇ ମାଡ଼ିବସିଲେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବି ଛାଡ଼ିଲେନି ଏ ମଣିଷ ରୂପୀ ଦାନବ।

ଗୁଣପୁର: ପୁଣି ଲଜ୍ଜ୍ୟା। ନିଜ ମନର କାମନାକୁ ପୂରା କରିବା ପାଇଁ ବିଚରା ଦିବ୍ୟାଙ୍ଗ ଝିଅଟିକୁ ବି ଛାଡ଼ିଲେନି ଏ ରାକ୍ଷସଗୁଡ଼ା। ଏକା ପାଇ ନିଛାଟିଆ ଜାଗାରେ ମାଡ଼ି ବସିଲେ। ଯେତେ ଚିତ୍କାର କଲେ ବି ଭିନ୍ନକ୍ଷମ ଝିଅଟିକୁ ଛାଡ଼ିଲେନି ଏ ଦାନବ ମାନେ।

ହଁ ଆଜ୍ଞା ପୁଣି ଓଡ଼ିଶାରେ ଲଜ୍ଜ୍ୟା। ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ମାମଲା। ଆଜି ପୁଣିଥରେ ରାୟଗଡ଼ା ଜିଲ୍ଲାର ଗୁଡ଼ାରି ଥାନାଞ୍ଚଳରେ ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି।

ଉକ୍ତ ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ଘର ପାଖରେ ଥିବା ଏକ ଜାଗାକୁ କପା ତୋଳିବାକୁ ଯାଇଥିଲେ। ଆଉ ଏହି ସମୟରେ ଝିଅକୁ ଏକା ପାଇ କିଛି ଯୁବକ ନିଜ ଭିତରର ଦାନବ ରାକ୍ଷସ ରୂପକୁ ଅଟକାଇ ପାରିନଥିଲେ।

ଆଉ ଶେଷରେ ଝିଅଟିକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ପୀଡ଼ିତାଙ୍କ ମା’ ଗୁଡ଼ାରି ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ଗୁଡ଼ାରି ଥାନା ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।