fbpx

Flipkart Big Diwali Sale: ଏହି ସ୍ମାର୍ଟଫୋନ ଉପରେ ମିଳୁଛି ବେଷ୍ଟ ଅଫର

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ଚାଲିଛି ବିଗ୍ ଦିୱାଲି ସେଲ । ଏଥିରେ ଗ୍ରାହକଙ୍କୁ ଅନେକ ଜିନିଷ ଉପରେ ଡିସ୍କାଉଣ୍ଟ ଦିଆଯାଉଛି । ଯାହାର ଆପଣ ଫାଇଦା ଉଠାଇ ପାରିବେ । ତେବେ ଆମେ ଏଠାରେ ଆପଣଙ୍କୁ କେବଳ ସେଲରେ ମିଳୁଥିବା ଟପ୍ ସ୍ମାର୍ଟଫୋନ ଡିଲ୍ ବିଷୟରେ କହିବାକୁ ଯାଉଛୁ । ବିଗ୍ ଦିୱାଲୀ ସେଲରେ Apple, Xiaomi, Samsung, Poco, Realme ଏବଂ ଅନ୍ୟ ବ୍ରାଣ୍ଡ ଉପରେ ମଧ୍ୟ ବଡ଼ ଡିସ୍କାଉଣ୍ଟ ଦେଖିବାକୁ ମିଳୁଛି ।

ସେଲରେ iPhone 12 ମଧ୍ୟ ଶସ୍ତାରେ ବିକ୍ରି ହେଉଛି ଏହି ସେଲରେ ଫୋନକୁ ୫୩,୯୯୯ ଟଙ୍କାରେ କିଣିପାରିବେ । iPhone 12 mini ସେଲରେ ୪୨,୦୯୯ ଟଙ୍କାରେ ବିକ୍ରି ହେଉଛି । ସେହିଭଳି iPhone SE (୨୦୨୦)  ସେଲରେ ୩୦,୦୯୯ ଟଙ୍କା ରେ ବିକ୍ରି ହେଉଛି ।

Google Pixel 4aକୁ ଏହି ସେଲରେ ୨୫,୯୯୯ ଟଙ୍କାରେ ବିକ୍ରି କରାଯାଉଛି ଯାହାର ପ୍ରକୃତ ମୂଲ୍ୟ ୩୧,୯୯୯ ଟଙ୍କା ରହିଛି । Google Pixel 4a କିଣୁଥିବା ଗ୍ରାହକ Google Pixel Buds A-Series କିମ୍ବା ଗୁଗଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକରକୁ ୧ ଟଙ୍କାରେ କିଣିପାରିବେ ।

Poco ସ୍ମାର୍ଟଫୋନରେ ମଧ୍ୟ ଭଲ ଡିସ୍କାଉଣ୍ଟ ମିଳୁଛି । ପୋକୋର ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ Poco C31 କୁ ୮,୪୯୯ ଟଙ୍କାରେ ବିକ୍ରି କରାଯାଉଛି । Poco F3 GT 5Gକୁ ସେଲରେ ୨୮,୯୯୯ ଟଙ୍କାରେ ବିକ୍ରି କରାଯାଉଛି ।

Samsung Galaxy F 62 ମଧ୍ୟ ଗ୍ରାହକ ଡିସ୍କାଉଣ୍ଟରେ ମଧ୍ୟ କିଣିପାରିବେ । ଏହାର ଦାମ ସେଲରେ ୧୮,୯୯୯  ଟଙ୍କା ରଖାଯାଇଛି । ସେହିଭଳି Galaxy F 12 କୁ  ୯,୪୯୯ ଟଙ୍କାରେ ବିକ୍ରି କରାଯାଉଛି ।

Get real time updates directly on you device, subscribe now.