fbpx

ପୃଥିବୀରେ ସାତଟି ନୁହେଁ ଆଠଟି ମହାଦେଶ, ବୈଜ୍ଞାନିକମାନେ ତିଆରି କଲେ ନୂତନ ମାନଚିତ୍ର

ନୂଆଦିଲ୍ଲୀ, ୨୫ା୬: ପୃଥିବୀରେ ସାତିଟି ମହାଦେଶ ରହିଛି । କିନ୍ତୁ ଆଜି ଏହି ମହାଦେଶକୁ ନେଇ ନୂଆ ଖୁଲାସା ହୋଇଛି । ପୃଥିବୀରେ ଆଠଟି ମହାଦେଶ ରହିଛି ବୋଲି ଜଣାପଡ଼ିଛି । କିନ୍ତୁ ଅଷ୍ଟମ ମହାଦେଶଟି ସମୁଦ୍ର ତଳେ ଦବି ହୋଇ ରହିଯାଇଥିବା ସୂଚନା ମିଳିଛି । ଅଷ୍ଟମ ମହାଦେଶଟି ଅଷ୍ଟ୍ରେଲିଆରୁ ଦକ୍ଷିଣ ପୂର୍ବ ଠାରୁ ନେଇ ନ୍ୟୁଜିଲାଣ୍ଡ ଉପରେ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଏହାର ନୂଆ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ।  ଏହି ମହାଦେଶ ୫୦ଲକ୍ଷ ବର୍ଗ କିଲୋମିଟର ଯାଏଁ ବିସ୍ତାର କରିଥିବା ନେଇ ମାନଚିତ୍ରରୁ ଜଣାପଡ଼ିଛି । ଏହା ଭାରତର କ୍ଷେତ୍ରଫଳଠାରୁ ୧୭ଲକ୍ଷ ବର୍ଗ କିଲୋମିଟର ବଡ଼ । ଭାରତର କ୍ଷେତ୍ରଫଳ ହେଉଛି ୩୨.୮୭ଲକ୍ଷ ବର୍ଗ କିଲୋମିଟର  । ଏହି ଅଷ୍ଟମ ମହାଦେଶର ନାମ ହେଉଛି ଜେଲାଣ୍ଡିଆ । ବୈଜ୍ଞାନିକଙ୍କ ମତ ଅନୁସାରେ ଏହା ପ୍ରାୟ ୨.୩୦ କୋଟି ବର୍ଷ ପୂର୍ବେ ସମୁଦ୍ରରେ ଏହା ବୁଡ଼ି ଯାଇଥିଲା ।

୭.୯୦ କୋଟି ବର୍ଷ ପୂର୍ବେ ଜେଲାଣ୍ଡିଆ ସୁପରକଣ୍ଟିନେଣ୍ଟ ଗୋଣ୍ଡୱାନାଲାଣ୍ଡ ଦ୍ୱାରା ଭାଙ୍ଗି ଯାଇଥିଲା । ଏହାଛଡ଼ା ତିନବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଏହି ମହାଦେଶ ସମ୍ପର୍କରେ ଜାଣିବାକୁ ମିଳିଥିଲା । ଏହା ଜାଣିବା ପରେ ବୈଜ୍ଞାନିକମାନେ ଲଗାତାର ରିସର୍ଚ୍ଚ ଜାରି ରଖିଛନ୍ତି ।ବର୍ତ୍ତମାନ ନ୍ୟୁଜିଲାଣ୍ଡର ବୈଜ୍ଞାନିକମାନେ ଏହାର ଟେକ୍ଟୋନିକ ଏବଂ ବାଥାଇମେଟ୍ରିକ ମାନଚିତ୍ର ପ୍ରସ୍ତୁତ କରିଛନ୍ତି । ଅଷ୍ଟମ ମହାଦେଶର ଧାରଣା ୧୯୯୫ରେ ଆସିଥିଲା କିନ୍ତୁ ଖୋଜିବା ପାଇଁ ୨୦୧୭ ପର୍ଯ୍ୟନ୍ତ ସମୟ ଲାଗିଥିଲା ।

ଏହି ମହାଦେଶ ପ୍ରଶାନ୍ତ ମହାସାଗରରେ ୩୮୦୦ଫୁଟ ଗଭୀରତାରେ ଉପସ୍ଥିତ ରହିଛି । ଜାରି କରାଯାଇଥିବା ମାନଚିତ୍ରରୁ ଜଣାପଡ଼ିଛି ଯେ ଜେଲାଣ୍ଡିଆରେ ବହୁତ ଉଚ୍ଚ ଜମି ଅଛି । ଏହାସହ ସ୍ଥାନେ ସ୍ଥାନେ ବହୁତ ଉଚ୍ଚ ପର୍ବତ ଓ ଗଭୀର ଉପତ୍ୟକା ରହିଛି ।

Get real time updates directly on you device, subscribe now.