fbpx

ଭାରତକୁ ଝଟକା: ଅଯୋଗ୍ୟ ଘୋଷିତ ହେବା ପରେ ବ୍ରୋଞ୍ଜ ପଦକ ଫେରାଇବେ ବିନୋଦ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ ଡିସକସ ଥ୍ରୋୟର ବିନୋଦ କୁମାରଙ୍କୁ ଅଯୋଗ୍ୟ ଘୋଷିତ କରିଛି ପାରା ଅଲିମ୍ପିକ୍ସ କମିଟି । ବିନୋଦଙ୍କ ଶାରୀରିକ ଅକ୍ଷମତା ଡିସକସର ଏଫ୍-୫୨ ମଧ୍ୟରେ ଆସୁନଥିବାରୁ ବିନୋଦଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଏହା ସହିତ ଡିସକସରେ ବିନୋଦ ଜିତିଥିବା ବ୍ରୋଞ୍ଜ ପଦକକୁ ମଧ୍ୟ ଫେରାଇ ନିଆଯାଇଛି । ରବିବାର ଅନୁଷ୍ଠିତ ଇଭେଣ୍ଟରେ ବିନେରାଦ ୧୯.୯୧ ମିଟରର ଥ୍ରୋ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପାରାଲିମ୍ପିକ୍ସ ନିୟମ ଅନୁଯାୟୀ କମ ଶକ୍ତି ସମ୍ପନ୍ନ ମାଂଶପେଶୀ, ନିର୍ଦ୍ଦିଷ୍ଟ ରେଞ୍ଜ ମୁଭମେଣ୍ଟ, ଅଚଳ ପାଦ କିମ୍ବା ଗୋଡର ଦୈର୍ଘ୍ୟ ଛୋଟ ରହିଥିଲେ ଏଫ-୫୨ ବର୍ଗରେ ଅଂଶଗ୍ରହଣ କରିପାରିବେ ।

ମାତ୍ର ପୂର୍ବତନ ବିଏସଏଫ୍ ଯବାନ ବିନୋଦ କୁମାରଙ୍କ କ୍ଷେତ୍ରରେ ଏପରି କିଛି ଲକ୍ଷଣ ନଥିବା ଜଣାପଡିଥିଲା । ବିନୋଦ ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ସହିତ ପକ୍ଷାଘାତର ସମ୍ମୁଖୀନ ହୋଇଥିଲେ । ୨୦୧୬ ରିଓଚ ପାରାଲିମ୍ପିକ୍ସ ପରେ ଅଭ୍ୟାସ ଆରମ୍ଭ କରିବା ସହିତ ଚଳିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.