fbpx

କିପରି ନିଜ ନଖରୁ ଜାଣିପାରିବେ ଆପଣଙ୍କ ଶରୀରର ରୋଗ,ଜାଣନ୍ତୁ ……

ନଖର ଯତ୍ନ ନେବା ସୌନ୍ଦର୍ଯ୍ୟର ଅଂଶବିଶେଷ ହୋଇପାରେ । କିନ୍ତୁ ଏହା ଶରୀରର ଏକ ଏପରି ଅଂଶ ଯାହା ଅନେକ ସ୍ଵାସ୍ଥ୍ୟ ସମସ୍ୟାର ସଙ୍କେତ ଅନେକ ପୂର୍ବରୁ ଦେଇଥାଏ । ଏଥିପାଇଁ ନଖର ରଙ୍ଗ ଓ ସେଥିରେ ହେଉଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଜରୁରୀ ହୋଇଥାଏ । ନଖ ଉପରେ ଧଳା ଚିହ୍ନ ଆସିବା କୌଣସି ବେମାରୀର ଲକ୍ଷଣ ହୋଇପାରେ । ଏପରି ହେଲେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କୁହାଯାଏ । ଏହାପରେ ରକ୍ତ ପରୀକ୍ଷା ଓ ଅନ୍ୟ ଉପାୟ ଦ୍ବାରା ଡାକ୍ତରମାନେ ରୋଗର ସ୍ଥିତିକୁ ବୁଝିପାରନ୍ତି । ଏପରି ଅନେକ ରୋଗ ଅଛନ୍ତି ଯେଉଁଗୁଡ଼ିକ ଶରୀରର ଗୋଟିଏ ବା ତା’ଠାରୁ ଅଧ୍ଵକ ଅଙ୍ଗଗୁଡ଼ିକୁ ପ୍ରଭାବିତ କରିଥାନ୍ତି ତେବେ ଏହି ରୋଗ ହାତରେ ହୋଇଥାଉ ଅବା ପାଦରେ ।

ସ୍ୱାସ୍ଥ୍ୟର ଅଧିକାଂଶ ସମସ୍ୟା କିଡ୍‌ନୀ , ସ୍କନ୍ , ଲିଭର୍‌ , ଅନ୍ତଃସ୍ରାବୀ ଗ୍ରନ୍ଥି , ପୋଷଣ ଓ ପ୍ରତିରକ୍ଷା ପ୍ରଣାଳୀ ସହିତ ଜଡ଼ିତ ଥାଏ । ନଖର ପରିବର୍ତ୍ତନ କୌଣସି ଗମ୍ଭୀର ରୋଗର ଲକ୍ଷଣ ହୋଇଥିବ ଏହା ଜରୁରୀ ନୁହେଁ । କେବେ କେବେ ରୁଟିନ୍ ଅନୁସାରେ ନଖରେ ପରିବର୍ତ୍ତନ ହୋଇଥାଏ । ପାଦ ନଖର ଯତ୍ନ କମ୍ ନିଆଯାଏ । ଏହା ହଳଦିଆ ଦେଖାଯାଏ ଓ ମୋଟା ହୋଇଯାଏ ।

କିଛି ସଙ୍କେତ ନିମ୍ନରେ ଦିଆଗଲା: ନଖରେ ଯଦି କିଛି ଅସାମାନ୍ୟ ପରିବର୍ତ୍ତନ ହେଉଛି ପ୍ରଥମେ ନଖର ରଙ୍ଗ ଉପରେ ଗୁରୁତ୍ୱ ଦିଅନ୍ତୁ । ଧଳା ରଙ୍ଗ ମାଇକୋସିସ୍ , ସୋରିଆସିସ୍ , ନିମୋନିଆ ଓ ଏପରିକି ହୃଦୟ ସହିତ ଜଡ଼ିତ ସମସ୍ୟାର ସଙ୍କେତ ହୋଇପାରେ । ପୋଷକ ତତ୍ତ୍ଵର ଅଭାବ , କମ୍ ପ୍ରୋଟିନ୍‌ ଥିବା ଖାଦ୍ୟ ଏଥପାଇଁ ଦାୟୀ ହୁଏ । ଲ୍ୟୁକୋନିକିଆ ଏପରି ଏକ ସ୍ଥିତି ଯେଉଁଥରେ ନଖ ଉପରେ ଧଳା ରଙ୍ଗର ଚକଡ଼ା ଦେଖିବାକୁ ମିଳେ । ଏଥରେ ନଖର କ୍ଷତି ହୁଏ ନାହିଁ । କିନ୍ତୁ ଶରୀରରେ କୌଣସି ପରିବର୍ତ୍ତନ ଆଡ଼କୁ ଏହା ଇସାରା କରେ ।
ତେଣୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ହେଲେ ଆପଣାକୁ ଆପଣଙ୍କ ଶରୀରର ପ୍ରତିଟି ଛୋଟ ଛୋଟ ଅଙ୍ଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣ ସମୟ ଥାଉ ବଡ ବଡ ରୋଗର ଉପଚାର କରି ପାରିବେ ।

Get real time updates directly on you device, subscribe now.