fbpx

ପଦଯାତ୍ରାରେ ବାହାରିଥିଲେ ବିଧାୟକ, ଅସନ୍ତୋଷ ଗ୍ରାମବାସୀ ସ୍ୱେରେଜ୍ ପାଣିରେ ଚଲାଇ ଚଲାଇ ଦେଖାଇଲେ ଦୂରାବସ୍ଥା

ନୂଆଦିଲ୍ଲୀ: ପଦଯାତ୍ରାରେ ବାହାରିଥିବା ଜଣେ ବିଧାୟକଙ୍କୁ ହୀନସ୍ତା ହେବାକୁ ପଡ଼ିଛି । ଅସନ୍ତୋଷ ଗ୍ରାମବାସୀ ବିଧାୟକଙ୍କୁ ବିରୋଧ କରିବା ସହ ସ୍ୱେରେଜ୍ ପାଣିରେ ଚଲାଇ ଚଲାଇ ଗ୍ରାମର ଦୂରାବସ୍ଥା ବିଷୟରେ ଅବଗତ କରାଇଛନ୍ତି । ଉତ୍ତରପ୍ରଦେଶର ଗଢ଼ମୁକ୍ତେଶ୍ୱରର ଢୋଲପୁର ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଗଢ଼ମୁକ୍ତେଶ୍ୱର ଆସନରୁ ବିଜେପି ଟିକେଟରେ ଜିତିଥିବା ବିଧାୟକ କମଲ ସିଂହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କୁ ଘୋର ବିରୋଧ କରିଥିଲେ । ଗ୍ରାମର ସଭାପତି ବିଧାୟକଙ୍କ ହାତ ଧରି ସଡ଼କରେ ଭାସୁଥିବା ପାଣିରେ ଚଲାଇ ଚଲାଇ ସମସ୍ତ ଅବସ୍ଥା ବିଷୟରେ ଅବଗତ କରାଇଥିଲେ । ତେବେ ଏହି ଘଟଣା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରଲ୍ ହୋଇଥିବା ଜଣାପଡ଼ିଛି । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗ୍ରାମରେ ଥରେ ମାତ୍ର ପାଦ ଦେଇନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଗ୍ରାମରେ ସଡ଼କ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ହେଁ ପାଣିର ସୁବ୍ୟବସ୍ଥା କରାଯାଇନଥିବାରୁ ଚାରିଆଡ଼େ ଜଳମୟ ହୋଇଯାଇଥିଲା । ପୂର୍ବରୁ ଅନେକବାର ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ବିଧାୟକ ଶ୍ରୀ ସିଂହ କହିଛନ୍ତି ଯେ, ସେ କିଛି ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଗ୍ରାମବାସୀଙ୍କର କୌଣସି ଅସୁବିଧା ରହିବ ନାହିଁ । ଯଦି ପୂର୍ବରୁ ଏନେଇ ଅଭିଯୋଗ କରାଯାଇଥାନ୍ତା, ତେବେ ଏହି ସମସ୍ୟାଗୁଡ଼ିକ ସମାଧାନ ହୋଇସାରନ୍ତାଣି ବୋଲି ବିଧାୟକ କହିଥିଲେ ।

Get real time updates directly on you device, subscribe now.