fbpx

Distance, Online ମୋଡ଼ରେ କରାଯାଉଥିବା କୋର୍ସକୁ ମିଳିବ ରେଗୁଲାର କୋର୍ସ ମାନ୍ୟତା: UGCର ନୂଆ ନିୟମ

ନୂଆଦିଲ୍ଲୀ: ଦେଶର କୌଣସି ୟୁନିଭରସିଟିରେ ମୁକ୍ତ ବା ଦୂରନିରନ୍ତର ଶିକ୍ଷା କୋର୍ସର ଶୁଭାରମ୍ଭ କରିବାକୁ ହେଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ମଞ୍ଜୁରୀ ନେବାକୁ ପଡ଼ିବ । ବିନା ମଞ୍ଜୁରୀରେ ଛାତ୍ରଛାତ୍ରୀଙ୍କୁ ଓପନ ଓ ଡିଷ୍ଟାନ୍ସ ଏଜୁକେସନ ଅଫର୍ କରାଯାଇ ପାରିବ ନାହିଁ । ୟୁଜିସି ତରଫରୁ ମଞ୍ଜୁରୀ ମିଳିବା ପରେ ସାରା ଦେଶର ୟୁନିଭରସିଟିଗୁଡ଼ିକ ନିକଟରେ ଓପନ ଓ ଡିଷ୍ଟାନ୍ସ ମୋଡ଼ରେ ଶିକ୍ଷା ପ୍ରଦାନ କରିବା ନେଇ ବିକଳ୍ପ ରହିବ ବୋଲି କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ନିକଟରେ ୟୁଜିସିର ୫୬ତମ ଆୟୋଜିତ ହୋଇଥିଲା । ବର୍ତ୍ତମାନ ଲାଗୁ ହୋଇଥିବା ନିୟମକୁ ସଂଶୋଧନ କରାଯିବା ପରେ ବୈଠକରେ ମଞ୍ଜୁରୀରେ ମିଳିଥିଲା । ପୁରୁଣା ନିୟମ ମୁତାବକ, ଓପନ ଓ ଡିଷ୍ଟାନ୍ସ ଏଜୁକେସନ କୋର୍ସେସକୁ ବିନା ୟୁଜିସିର ମଞ୍ଜୁରୀରେ ଆରମ୍ଭ କରାଯାଇ ପାରୁଥିଲା । ସେ କ୍ଷେତ୍ରରେ କେବଳ ନିୟମକୁ ପାଳନ କରିବାକୁ ପଡ଼ୁଥିଲା ।

ୟୁଜସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଜଣେ ଡିଷ୍ଟାନ୍ସ ବା ଅନଲାଇନ ମୋଡ଼ରେ ଡିଗ୍ରୀ ହାସଲ କରିଥିବେ, ତେବେ ତାଙ୍କର ଡିଗ୍ରୀକୁ ରେଗୁରାଲ ଛାତ୍ରଙ୍କ ଦ୍ୱାରା ହାସଲ କରାଯାଇଥିବା ଡିଗ୍ରୀ ସହ ସମାନ ବୋଲି ଗଣାଯିବ । ତେବେ ଛାତ୍ରଙ୍କ ସଂସ୍ଥାକୁ ୟୁଜିସି ତରଫରୁ ମାନ୍ୟତା ମିଳିଥିଲେ ତାଙ୍କର ଡିଗ୍ରୀକୁ ମାନ୍ୟତା ମିଳିପାରିବ । ୟୁଜସିର ଏହି ନିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କର ଟେନସନ୍ ଦୂର ହୋଇଛି । ଏହି ଡିଗ୍ରୀ ମାନ୍ୟତା ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ସ୍ତରର ଛାତ୍ରଛାତ୍ରୀଙ୍କୁ ମିଳିବ ବୋଲି ୟୁଜିସି ସଚିବ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.