fbpx

ଲକଡାଉନରେ ମଦ ହୋମ ଡେଲିଭରି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର, ୧୩/୫: ରାଜ୍ୟରେ ଜାରି ରହିଛି ଲକଡାଉନରେ । ଏହି ଲକଡାଉନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିକ୍ରି କରିବାକୁ ଅନୁମତି ରହିଛି । ତେବେ ରାଜ୍ୟରେ ଲକ ଡାଉନରେ ମଦର ହୋମ ଡେଲିଭରି କରିବା ନେଇ ପୂର୍ବରୁ ଏକ ନୋଟିସ ଜାରି ହୋଇଥିଲା ।
ତେବେ ଏହାକୁ ନେଇ ଆଜି ଓଡ଼ିଶା ରାଜସ୍ୱ ବିଭାଗ ଲକଡାଉନ ସମୟରେ ଠିପି ଖୋଲା, ଠିପି ବନ୍ଦ ମଦ ଦୋକାନ ଗୁଡିକ ଦ୍ୱାରା ମଦର ହୋମ ଡେଲିଭରି କରିବାର ନିଷ୍ପତ୍ତି ପାଇଁ ସମସ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜୋମାଟୋ, ସ୍ୱିଗି ଭଳି ସଂସ୍ଥାଙ୍କ ଦ୍ୱାରା ମଧ୍ୟ ମଦର ହୋମ ଡେଲିଭରି କରିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଛନ୍ତି ।

Get real time updates directly on you device, subscribe now.