ଗୋବିନ୍ଦାଙ୍କ ଡିଭୋର୍ସ କନଫର୍ମ? ପୁଅଙ୍କ ସହ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନୀତା ଆହୁଜା, ଭିଡ଼ିଓ ଭାଇରାଲ
ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ଛାଡ଼ପତ୍ରକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି।
ନୂଆଦିଲ୍ଲୀ: ପୁଣି ସମ୍ପର୍କରେ ପଡିଲା କି ଫାଟ? ଏଥର କ’ଣ ଡିଭୋର୍ସ କନଫର୍ମ? ପୁଅକୁ ସାଙ୍ଗରେ ଧରି ଫ୍ୟାମିଲି କୋର୍ଟ କାହିଁକି ଗଲେ ସ୍ତ୍ରୀ? ଯାହାର ଭିଡ଼ିଓ ଏବେ ଭାଇରାଲ ହେବା ସହ ପୁଣି ଥରେ ଦମ୍ପତ୍ତିଙ୍କ ଛାଡ଼ପତ୍ର ଚର୍ଚ୍ଚା ତେଜିଛି।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଆମେ କାହା କଥା କହୁଛୁ। ହଁ ଆଜ୍ଞା ଆମେ କହୁଛୁ ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ କଥା। ଯାହାଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ସବୁବେଳେ ସିରୋନାମାରେ ଥାଏ।
ଗତବର୍ଷ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ଛାଡ଼ପତ୍ରକୁ ନେଇ ଅନେକ ଗୁଜବ ସାମ୍ନାକୁ ଆସିଥିଲା। ତେବେ ଉଭୟ ଗଣପତି ପୂଜା ସମୟରେ ଏକାଠି ହୋଇ ଏହି ଗୁଜବକୁ ଖଣ୍ଡନ କରିଥିଲେ। କିନ୍ତୁ ଏବେ ଗୋବିନ୍ଦା ଏବଂ ସୁନୀତା ଆହୁଜା ସତରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି କି ବୋଲି ପୁଣି ଚର୍ଚ୍ଚା ଜୋର ଧରିଛି।
କାରଣ ବୁଧବାର ସକାଳେ ସୁନୀତା ଆହୁଜା ତାଙ୍କ ପୁଅଙ୍କ ସହ ଫ୍ୟାମିଲି କୋର୍ଟରେ ପହଞ୍ଚିଥିବା ଦାବି କରାଯାଉଛି। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତେବେ ଉଭୟଙ୍କ ଛାଡ଼ପତ୍ର ନିଶ୍ଚିତ ହୋଇଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ପୁଅ ସହ ଫ୍ୟାମିଲି କୋର୍ଟରେ ସୁନୀତା: ଭାଇରାଲ୍ ହେଉଥିବା ଭିଡିଓରେ ସୁନୀତା ଆହୁଜା ତାଙ୍କ ପୁଅ ଯଶବର୍ଦ୍ଧନଙ୍କ ସହ ଫ୍ୟାମିଲି କୋର୍ଟରୁ ବାହାରକୁ ଆସୁଥିବା ଦେଖାଯାଉଛି। ସାଧାରଣତଃ ମିଡିଆ ସାମ୍ନାରେ ଖୋଲାଖୋଲି ଭାବେ କଥା ହେଉଥିବା ସୁନୀତା ଏଥର କିନ୍ତୁ ବେଶ୍ ଚୁପ୍, ଗମ୍ଭୀର ଏବଂ ତରବରିଆ ଭାବରେ ନଜର ଆସିଥିଲେ।
ସେ ପାପାରାଜିଙ୍କ ସହ କୌଣସି କଥା ହୋଇନଥିଲେ। ଏହି ସମୟରେ ତାଙ୍କ ପୁଅ ଯଶବର୍ଦ୍ଧନ ପାପାରାଜିଙ୍କୁ ଫଟୋ ନନେବା ପାଇଁ ଅନୁରୋଧ କରୁଥିବା ମଧ୍ୟ ଭିଡିଓରେ ଦେଖାଯାଉଛି।
ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ମଧ୍ୟ ଛାଡ଼ପତ୍ର ଚର୍ଚ୍ଚା ହୋଇଥିଲା ଏବଂ ୨୦୨୫ରେ ସୁନୀତାଙ୍କ ପକ୍ଷରୁ ଛାଡ଼ପତ୍ର ମାମଲା ଦାଖଲ ହୋଇଥିବା ରିପୋର୍ଟ ଆସିଥିଲା।
ତେବେ ଏହି ଭିଡିଓ ଦେଖି ଛାଡ଼ପତ୍ର ନିଶ୍ଚିତ ହୋଇଛି ବୋଲି କହିବା ଠିକ୍ ହେବ ନାହିଁ; କୋର୍ଟରେ ସୁନୀତାଙ୍କ ଉପସ୍ଥିତିର ପ୍ରକୃତ କାରଣ ସ୍ପଷ୍ଟ ହେବା ବାକି ରହିଛି।
ରୁମର୍ଡ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଥିଲେ ଗୋବିନ୍ଦା: ସୁନୀତା ଆହୁଜା ପୂର୍ବରୁ ମଧ୍ୟ ଗୋବିନ୍ଦାଙ୍କୁ ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର୍ ନେଇ ଅଭିଯୋଗ କରିଥିବା ଚର୍ଚ୍ଚା ରହିଛି। ନିକଟରେ ଗୋବିନ୍ଦାଙ୍କୁ ତାଙ୍କ ସହ ଜଡ଼ିତ ଥିବା ଚର୍ଚ୍ଚିତ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।
ତେବେ ଗୋବିନ୍ଦା ଏବଂ କୋମଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ କୌଣସି ପକ୍ଷରୁ ସରକାରୀ ଭାବେ ସ୍ପଷ୍ଟୀକରଣ ମିଳିନାହିଁ। କେବଳ ଏକାଠି ନଜର ଆସିବାରୁ ସମ୍ପର୍କ ନିଶ୍ଚିତ ବୋଲି କୁହାଯାଇପାରିବ ନାହିଁ।


