fbpx

ଏମିତି ସ୍ତ୍ରୀ ସମସ୍ତଙ୍କୁ ମିଳୁ! ଛାଡ଼ପତ୍ର ପରେ ପୂର୍ବ ସ୍ୱାମୀଙ୍କ ପାଇଁ ଖୋଜିଦେଲେ ପ୍ରେମିକା

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଛାଡ଼୍ରପତ୍ର ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ମୁହଁ ଦେଖିବାକୁ ଚାହୁଁନାହାନ୍ତି ତ’ ଆଉ କିଛି ଅଧା ସମ୍ପତ୍ତି ନେବା ପାଇଁ କୋର୍ଟରେ ପହଞ୍ଚିଯାଆନ୍ତି । କିନ୍ତୁ ଆମେରିକାର ଇଣ୍ଡିୟାନାରେ ରହୁଥିବା ୨୭ ବର୍ଷୀୟ ମେରୀଙ୍କ ମାମଲାରେ ଘଟିଛି କିଛି ଅଲଗା । ସେ ନିଜ ସ୍ୱାମୀଙ୍କ ସହ ବ୍ରେକଅପ୍ କରିବା ପରେ ବି ନିଜ ଛୁଆର ଦେଖାଶୁଣା ପାଇଁ ସମ୍ପର୍କକୁ ସମ୍ପୂର୍ଣ୍ଣ ଭାଙ୍ଗିନଥିଲେ ବରଂ ପରସ୍ପରର ବନ୍ଧୁ ହୋଇ ରହିଲେ ।

ଏହାରି ମଧ୍ୟରେ ମହିଳା ଜଣକ ପୂର୍ବ ସ୍ୱାମୀଙ୍କୁ ନିଜ ଫ୍ୟାମିଲି ଫ୍ରେଣ୍ଡ ସହ ଭେଟ କରାଇଲେ, ଯେ କି ଆଗକୁ ଯାଇ ତାଙ୍କର ପ୍ରେମିକା ହେଲେ । ଏବେ ୩ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ଜଣାପଡିଛି । ସୂଚନା ମୁତାବକ, ମେରୀ ୨୦୧୯ରେ ନିଜ ୨୯ ବର୍ଷୀୟ ସ୍ୱାମୀ ନାଥନଙ୍କଠାରୁ ଅଲଗା ହୋଇଥିଲେ ।

ସେ ୪ ବର୍ଷ ଥରି ଏକାଠି ଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । କିଛି ସମୟ ପରେ ଦୁହେଁ ମିଶି ପିଲାର ଯତ୍ନ ନେବାକୁ ପ୍ଲାନ୍ କରିଥିଲେ । ଏହାରି ମଧ୍ୟରେ ସେ ତାଙ୍କ ବନ୍ଧୁ ଶାୟଲାଙ୍କ ସହ ପୂର୍ବ ସ୍ୱାମୀଙ୍କର ଭେଟ କରାଇଥିଲେ । ପରେ ଶାୟଲା ନାଥନଙ୍କ ପ୍ରେମିକା ହୋଇଗଲେ ଓ ଏହି ସମ୍ପର୍କରେ ମେରୀଙ୍କ ସହମତି ମଧ୍ୟ ଥିଲା । କୁହାଯାଉଛି କି, ନାଥନ ଓ ଶାୟଲଙ୍କୁ ନିକଟତର କରିବାରେ ମେରୀଙ୍କ ହାତ ଥିଲା ।

Get real time updates directly on you device, subscribe now.