fbpx

Diwali 2022:ଦୀପରେ ଝଲସିବ ଅଯୋଧ୍ୟା , ଜଳିବ ୧୮ଲକ୍ଷ ମାଟି ଦୀପ

ଅଯୋଧ୍ୟା:ଉତ୍ତରପ୍ରଦେଶର ଅଯୋଧ୍ୟାରେ ଦୀପାବଳିକୁ ଦୃଷ୍ଟିରେ ରଖି ରବିବାର ଏଠାରେ ଏକ ବିଶାଳ ଦୀପୋତ୍ସବ ପାଳନ କରାଯିବ। ଏହି ସମୟ ମଧ୍ୟରେ ପ୍ରାୟ ୧୮ ଲକ୍ଷ ମାଟି ଦୀପ ଜଳାଯିବ। ଏହି ଉତ୍ସବରେ ଆତସବାଜି, ଲେଜର ଶୋ ଏବଂ ରାମଲିଲା ମଧ୍ୟ ମଞ୍ଚସ୍ଥ ହେବ। ଅଯୋଧ୍ୟାରେ ଏହା ଷଷ୍ଠ ଥର ପାଇଁ ଦୀପୋତ୍ସବ ଉତ୍ସବ ଆୟୋଜନ କରାଯାଉଛି। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅଯୋଧ୍ୟା ବିଭାଗର ବିଭାଗୀୟ କମିଶନର ନବଦୀପ ରିନ୍ୱା କହିଛନ୍ତି ଯେ ରାମ କି ପୋଡି ରେ ୨୨,୦୦୦ ରୁ ଅଧିକ ସ୍ବେଚ୍ଛାସେବୀଙ୍କ ଦ୍ୱାରା ୧୫ ଲକ୍ଷରୁ ଅଧିକ ଦୀପ ଜଳାଯିବ। ଅବଶିଷ୍ଟ ଦୀପ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ସ୍ଥାନଗୁଡ଼ିକରେ ଆଲୋକିତ ହେବ ବୋଲି ଅଧିକାରୀ କହିଛନ୍ତି। ମାଟି ପ୍ରଦୀପକୁ କ୍ଷତିରୁ ରକ୍ଷା କରିବା ପାଇଁ ସ୍ୱେଚ୍ଛାସେବୀମାନେ ଜନସାଧାରଣଙ୍କୁ ସାବଧାନତାର ସହିତ ଚାଲିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା ​।

ଆୟୋଜନ ହେବ ଗ୍ରାଣ୍ଡ୍ ପ୍ରୋଗ୍ରାମ୍ :
ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ‘ଅକ୍ଟୋବର ୨୩ ରବିବାର ଦିନ ରାମ ଲଲାଙ୍କୁ ନାଲି-ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିବେ। ପ୍ରଭୁ ରାମ ଏବଂ ତାଙ୍କ ଭାଇମାନଙ୍କ ପାଇଁ ନୂତନ ପୋଷାକ ସିଲେଇ କରାଯାଇଛି। ଦାସ କହିଛନ୍ତି, “ପ୍ରତିବର୍ଷ ଏହି ଉତ୍ସବର ମହାନତା ବୃଦ୍ଧି ପାଇଥାଏ। ମୁଁ ଆଶା କରୁଛି ଏହି ପରମ୍ପରା ଆଗାମୀ ବର୍ଷରେ ମଧ୍ୟ ଜାରି ରହିବ ।

ୟୁପି ସିଏମ୍ ଯୋଗୀଙ୍କ ଟୁଇଟ୍ :
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟୁଇଟରେ ‘ଦୀପୋତ୍ସଭ’ ଅଯୋଧ୍ୟା ୨୦୨୨ ର ନୂତନ ଲୋଗୋ ମଧ୍ୟ ସେୟାର କରିଛନ୍ତି। ଏହା ସହିତ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରିଛି ।ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଶୁକ୍ରବାର ଦିନ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦୀପାବଳି ପୂର୍ବରୁ ଅଯୋଧ୍ୟା ଗସ୍ତ କରିବେ ଏବଂ ରାମ ମନ୍ଦିରରେ ‘ଦର୍ଶନ’ ଏବଂ ‘ପୂଜନ’ କରିବେ। ବିବୃତ୍ତି ଅନୁଯାୟୀ ସେ ରାମଲଲାଙ୍କୁ ପୂଜା କରିବେ। ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀ ରାମଭୂମି ତୀର୍ଥସ୍ଥାନରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିବେ।

Get real time updates directly on you device, subscribe now.