fbpx

ପୁତ୍ର ସନ୍ତାନକୁ ଜନ୍ମଦେଲେ ଅଭିନେତ୍ରୀ, ଫେବ୍ରୁଆରିରେ ହୋଇଥିଲା ବାହାଘର

ଓଡ଼ିଶା ଭାସ୍କର ବ୍ୟୁରୋ: ରିଲ୍‌ରେ ଅନେକ ପ୍ରକାର ଅଭିନୟ କରିପାରନ୍ତି ସେ। ହେଲେ ରିଅଲ୍‌ ଲାଇଫ୍‌ରେ ହୋଇଛନ୍ତି ମା‘। ଗତ ଫେବ୍ରୁଆରିରେ ତାଙ୍କର ବିବାହ ହୋଇଥିଲା। ଜଣାଶୁଣା ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିଥିଲେ ସେ। ତେବେ ବିବାହର ଦେଢ଼ମାସ ପରେ ସେ ଗର୍ଭବତୀ ହୋଇଥିବା ନିଜେ ସୂଚନା ଦେଇଥିଲେ। ଆଉ ନିକଟରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ନିଜ ସୋସିଆଲ୍‌ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

ଅଭିନେତ୍ରୀ ଦିୟା ମିର୍ଜା ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସନ୍ତାନ ଜନ୍ମ କରିବା ଅର୍ଥ ନିଜର ହୃଦୟ ଶରୀର ବାହାରେ ବୁଲୁଛି ବୈଭବ ମୋ ଭାବନାର ସ୍ପନ୍ଦନ ପାଲଟିଛି ଆମ ପୁଅ ଅଭ୍ୟାନ୍ ଆଜାଦ ରେଖୀ। ଦିୟା ଆହୁରି ଉଲ୍ଲେଖ କରିଛନ୍ତି ଯେ ଗର୍ଭଧାରଣ ପରେ ପରେ ତାଙ୍କୁ ହଠାତ୍ ଏକ ଅପରେସନ୍ କରିବାକୁ ପଡ଼ିଥିଲାସେଥିପାଇଁ ସେପସିସ୍ହେବାର ଆଶଙ୍କା ରହିଥିଲା ଏବଂ ମୋ ଜୀବନ ପ୍ରତି ବିପଦ ରହିଥିଲା। ତେବେ ଡାକ୍ତରମାନଙ୍କ ଉପଯୁକ୍ତ ସେବାଯତ୍ନ ଏବଂ ଯୋଗୁଁ ଶିଶୁର ନିରାପଦ ଜନ୍ମ ହୋଇପାରିଲା।

Get real time updates directly on you device, subscribe now.