fbpx

DL ହୋଇଯିବ ରଦ୍ଦ ଆଉ ୬ ମାସ ଜେଲଦଣ୍ଡ ଲାଗୁହେବ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ, ଜାଣନ୍ତୁ କେଉଁଠି ଲାଗୁହେଲା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମ କରିବା ପାଇଁ କେଜରିୱାଲ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ବୈଧ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ରଦ୍ଦ ହୋଇପାରେ । ଏଥିସହିତ ମୋଟର ବାହନ ଅଧିନିୟମ ଅନୁଯାୟୀ, ଆପଣଙ୍କୁ ୬ ମାସ ଜେଲ କିମ୍ବା ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । ଏହି ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ ତିନି ମାସ ପାଇଁ ଡିଏଲ୍ ସସପେଣ୍ଡ କରିଦିଆଯିବ ବୋଲି କୁହାଯାଇଛି ।

ଦିଲ୍ଲୀର ପଲ୍ୟୁସନ ବିଭାଗ ପକ୍ଷରୁ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକଙ୍କୁ ଅପିଲ କରିଛି ଯେ, ଘରୁ ବାହାରିବା ପୂର୍ବରୁ ପ୍ରଥମେ ଗାଡ଼ିର ପିୟୁସି ଚେକ୍ କରିନେବା ଜରୁରୀ । ଆପଣମାନେ ଘରୁ ରାସ୍ତାକୁ ଗାଡ଼ି ନେଇ ଯିବା ବେଳେ ସାଙ୍ଗରେ ପଲ୍ୟୁସନ ସାର୍ଟିଫିକେଟ ନେବା ଜରୁରୀ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡିଏଲ ଓ ଏଥି ସମ୍ବନ୍ଧିତ ସମସ୍ତ ସେବାଗୁଡ଼ିକୁ ଅନଲାଇନ୍ କରିବାକୁ ପ୍ରୟାସ କରିଆସୁଛି । କରୋନା କାଳରେ ପରିବହନ ବିଭାଗର ଅଧିକାଂଶ ସେବାକୁ ଅନଲାଇନ୍ କରିଦିଆଯାଇଛି । କିଛି ରାଜ୍ୟରେ ଡିଏଲ ସହିତ ଗାଡ଼ିର ଆରସି ଓ ପ୍ରଦୂଷଣ ସାର୍ଟିଫିକେଟ ସମ୍ବନ୍ଧିତ ସମସ୍ତ ସେବାକୁ ଅନଲାଇନ୍ କରାଯାଇଛି ।

Get real time updates directly on you device, subscribe now.