fbpx

ମହାଶିବରାତ୍ରିରେ ଭୁଲରେ ମଧ୍ୟ କରନ୍ତୁନି ଏହି କାମ, ନଚେତ ରାଗିଯିବେ ରୁଦ୍ର ମହାଦେବ

ପ୍ରବିତ୍ର ମହାଶିବରାତ୍ରୀ ପାଇଁ ଅସଂଖ୍ୟ ଭକ୍ତ ୧ବର୍ଷ ହେଲାଣି ଆପେକ୍ଷାଥିଲେ । ହେଲେ ବର୍ତ୍ତମାନ ତାହା ଆସି ପହଁଚିଯାଇଛି । ତେବେ ସାରା ଦୁନିଆ ଆଜିର ଦିନକୁ ମହାଶିବରାତ୍ରୀ ରୂପରେ ପାଳନ କରୁଛି । ଏହିଦିନ ଅନେକ ନିୟମ ଏବଂ ଭକ୍ତିର ସହ ଶଙ୍କର ଭଗବାନଙ୍କୁ ପୂଜା କଲେ ସେ ଅପାର କୃପା ଢାଳିଦିଅନ୍ତି । ଅନେକ ପୂରାଣରେ ରହିଛି ଯେ, ମହାଶିବରାତ୍ରୀ ଦିନ ମାଆ ପାର୍ବତୀଙ୍କ ସହ ଶିବଙ୍କର ବିବାହ ହୋଇଥିଲା । ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁଦର୍ଶୀ ତିଥିରେ ମହାଶିବ ରାତ୍ରୀ ପଡେ । ମହାଶିବରାତ୍ରୀ ଭଗବାନ ଶିବଙ୍କ ଉପାସନା କରିବା ପାଇଁ ସର୍ବୋଚ୍ଚ ଦିନ ଅଟେ । ଏହିଦିନ ବ୍ରତ କରିଥିବା ଲୋକଙ୍କ ପାଇଁ କିଛି ବିଶେଷ ନିୟମ ଏବଂ ସାବଧାନତାକୁ ମଧ୍ୟ ପାଳନ କରିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ମହାଶିବରାତ୍ରୀ ବ୍ରତରେ କଣ କରିବା ଉଚିତ କଣ ନ କରିବା ଉଚିତ ।

କଳା କପଡା ଠାରୁ ଦୂରେଇ ରୁହନ୍ତୁ
ମହାଶିବରାତ୍ରୀ ଦିନ ସ୍ନାନ କରିବା ପରେ ସମସ୍ତ ଜିନିଷ କରିବା ଆବଶ୍ୟକ । ବ୍ରତ ନ ସରିବା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବା ଅନୁଚିତ । ତେବେ ମନ୍ଦିର ହେଉ କି ଘରେ, ଏହିଦିନ କଳା କପଡ଼ା ପିନ୍ଧିବା ଅଶୁଭ ଅଟେ । ଏହାସହ ଭଗବାନ ଶିବଙ୍କ ଉପରେ ଚଢାଯାଇଥିବା ପ୍ରସାଦକୁ ଗ୍ରହଣ କରିବା ର୍ଦୁଭାଗ୍ୟ ବିଷୟ ଅଟେ ।

ଏହି ଜିନିଷ ଖାଆନ୍ତୁ ନାହିଁ
ଶିବରାତ୍ରୀ ଉତ୍ସବରେ ଡ଼ାଲି, ଚାଉଳ ବା ଗହମରେ ପ୍ରସ୍ତୁତ କୌଣସି ଖାଦ୍ୟକୁ ସେବନ କରନ୍ତୁ ନାହିଁ । ବ୍ରତରେ ଆପଣ ଫଳ କିମ୍ବା କ୍ଷୀର ସେବନ କରିପାରିବେ । ସୂର୍ଯ୍ୟାସ୍ତ ପରେ କୌଣସି ଜିନିଷ ଖାଇବା ବାରଣ ଅଟେ । ଏହିଦିନ ସକାଳୁ ଗାଧୋଇବା ଦ୍ୱାରା ମନ ଏବଂ ଶରୀର ପବିତ୍ର ହୋଇଥାଏ । ସେଥିପାଇଁ କାମ ସହ ଦିନ ଆରମ୍ଭ କରନ୍ତୁ । ନୂଆ ଏବଂ ସଫା ବସ୍ତ୍ର ପିନ୍ଧି ବ୍ରତର ସଂକଳ୍ପ ନିଅନ୍ତୁ ।

ରାତିରେ ଶୁଅନ୍ତୁ ନାହିଁ
ଶିବରାତ୍ରୀ ଉତ୍ସବରେ ଡ଼େରି ଯାଏ ଶୁଅନ୍ତୁ ନାହିଁ କି ରାତିରେ ମହାଦିପ ନ ଉଠିବା ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ । ରାତ୍ରୀ ଜାଗରଣ ଦ୍ୱାରା ଭଗବାନ ଶିବଙ୍କ ଭଜନ ଶୁଣନ୍ତୁ । ବ୍ରତର ପରଦିନ ସକାଳୁ ଗାଧୋଇ ଶିବଙ୍କ ପ୍ରସାଦ ଗ୍ରହଣ କରି ବ୍ରତ ସମାପନ କରନ୍ତୁ ।

ଶିବଲିଙ୍ଗ ଉପରେ ସିନ୍ଦୁର ଲଗାନ୍ତୁ ନାହିଁ
ଏହିଦିନ ଶିବଲିଙ୍ଗ ଉପରେ ସିନ୍ଦୁର ଟିକା ଲଗାନ୍ତୁ ନାହିଁ । ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଚନ୍ଦନର ଟିକା ଲାଗାଇ ପାରିବେ । ଭକ୍ତମାନେ ମାଆ ପାର୍ବତୀ ଏବଂ ଗଣେଶଙ୍କୁ ସିନ୍ଦୁର ଲଗାଇ ପାରିବେ ।

ଭଙ୍ଗା ଚାଉଳ
ଭଗବାନ ଶିବଙ୍କ ପୂଜା ଭାଙ୍ଗି ଯାଇଥିବା ଚାଉଳରେ କରାଯାଏ ନାହିଁ । ଅକ୍ଷତର ଅର୍ଥ ହେଉଛି ଅଭଙ୍ଗା ଚାଉଳ । ଏହା ପୂର୍ଣ୍ଣତାର ପ୍ରତୀକ ଅଟେ । ସେଥିପାଇଁ ଶିବଙ୍କ ଉପରେ ଅକ୍ଷତ ଚଢାଇବା ପୂର୍ବରୁ ଚେକ୍ କରନ୍ତୁ ତାହା ଭଙ୍ଗି ଯାଇଛି ନା ନାହିଁ ।

କଟା ବେଲପତ୍ର
ଶିବରାତ୍ରୀ ଦିନ ତ୍ରୀଶାଖା ବେଲ ପତ୍ର ଅର୍ପଣ କରନ୍ତୁ । ଏହି ବେଲ ପତ୍ର କଟିଯାଇଛି କିମ୍ବା ଛିଦ୍ର ରହି ଯାଇଛି ତାହା ଚେକ କରନ୍ତୁ ଏବଂ ବେଲପତ୍ରର ନାସି ନଖରେ ଛିଣ୍ଡାନ୍ତୁ ନାହିଁ । ଫାଟିଯାଇଥିବା ବେଲ ପତ୍ର ଚଢାଇବା ଉଚିତ ନୁହେଁ ।

Get real time updates directly on you device, subscribe now.