fbpx

ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଜମାରୁ କରନ୍ତୁ ନାହିଁ ଏହିସବୁ କାମ, ଜାଣନ୍ତୁ କାହିଁକି

ସାଧାରଣତଃ ଶାରୀରିକ ସମ୍ପର୍କ ବୈବାହିକ ଜୀବନର ଏକ ଅଂଶ । ଏହା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣମାନେ କଣ ଜାଣନ୍ତି କି ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ଆପଣଙ୍କୁ ଏପରି କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ନଚେତ ପରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଶାରୀରିକ ସମ୍ପର୍କ ସ୍ଥାପନ ପରେ ଗାଧୋଇବା ବହୁତ ମହିଳାଙ୍କ ଅଭ୍ୟାସ ଥାଏ, ଏହା କିନ୍ତୁ ଠିକ ନୁହେଁ । ଗାଧୋଇବା ସମୟରେ ସାବୁନକୁ ଆପଣଙ୍କ ପ୍ରାଇଭେଟ ପାର୍ଟରେ ଜମାରୁ ଲଗାନ୍ତୁ ନାହିଁ । ଏହା ଚର୍ମର ପ୍ରାକୃତିକ ଗୁଣ ହ୍ରାସ କରିବା ସହ ପରବର୍ତ୍ତୀ ସମୟରେ ସଂକ୍ରମଣର କାରଣ ସାଜିଥାଏ ।

ମିଳନର ପରବର୍ତ୍ତୀ ସମୟରେ ଆପଣ ଅନ୍ତବସ୍ତ୍ର ଜମାରୁ ପରିଧାନ କରନ୍ତୁ ନାହିଁ । ଯଦି ଆପଣ ସୁନିଦ୍ରା ଚାହୁଁଥାନ୍ତି, ତେବେ ଆପଣ ବିନା କପଡ଼ାରେ ଶୋଇ ପାରନ୍ତି । କପଡ଼ା ପରିଧାନ ଦ୍ୱାରା ଚର୍ମ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ ।

ଶାରୀରିକ ସମ୍ପର୍କ ପରେ ପ୍ରାୟତଃ ଦୁର୍ବଳ ଅନୁଭବ ହେବା ସହ ଶଯ୍ୟାରୁ ଉଠିବାକୁ ଇଚ୍ଛା ଜମାରୁ ହୁଏ ନାହିଁ । ଏ ପରିସ୍ଥିତିରେ ଆପଣ ପ୍ରାଇଭେଟ ପାର୍ଟକୁ କୌଣସି ଓଦା କପଡ଼ା ଦ୍ୱାରା ସଫା କରିବା ଅନୁଚିତ । କାରଣ ଏଥିରେ ମଧ୍ୟ ସଂକ୍ରମଣର ଭୟ ଥାଏ ।

ମିଳନ ପରେ ଗାଧୋଇବା ସମୟରେ ଅତ୍ୟଧିକ ଗରମ ପାଣିର ବ୍ୟବହାର ଦ୍ୱାରା ସଂକ୍ରମଣ ହୋଇଥାଏ । ଏହି ସମୟରେ ପରିସ୍ରାକୁ ଜମାରୁ ରୋକନ୍ତୁ ନାହିଁ । କାରଣ ବିଶେଷଜ୍ଞଙ୍କ ମତରେ ବ୍ୟାକ୍ଟେରିଆ ଓ ଜୀବାଣୁ ପରିସ୍ରା ମାଧ୍ୟମରେ ହିଁ ବାହାରି ଯାଇଥାନ୍ତି । ଫଳରେ ଯୌନ ସମ୍ପର୍କୀତ କୌଣସି ରୋଗର ଆଶଙ୍କା ରହି ନଥାଏ ।

Get real time updates directly on you device, subscribe now.