ଜଳ ହିଁ ଜୀବନ । ତେଣୁ ଜୀବନ ବଞ୍ଚାଇବା ପାଇଁ କେବଳ ପାଣି ପିଅନ୍ତୁ । ନହେଲେ ଅମୃତ ସଦୃଶ ପାଣି ହୁଏତ ଆପଣଙ୍କ ପାଇଁ ଆଣିପାରେ ଅନେକ ରୋଗ । ତେଣୁ ଜାଣି ରଖନ୍ତୁ କେଉଁମାନେ କେତେ ପାଣି ପିଇବେ । ଆଉ ସୁସ୍ଥ ରହିବେ ।
ନ୍ୟାସନାଲ ଆକାଡେମୀ ଅଫ ମେଡ଼ିସିନର ତଥ୍ୟ ଅନୁସାରେ ୧ରୁ ୩ ବର୍ଷର ପିଲା ଦିନକୁ ୧ ଲିଟର ପାଣି ପିଇବ । ଯେଉଁଥିରେ ଖାଦ୍ୟରୁ ମିଳିବ ୨୦ ପ୍ରତିଶତ ପାଣି ରହିବ । ଠିକ ସେମିତି ୪ ରୁ ୮ ବର୍ଷର ପିଲା ଦିନକୁ ୧.୨ ଲିଟର ପାଣି ପିଇବେ । ୯ରୁ ୧୩ ବର୍ଷର ପିଲା ୧.୬ ରୁ ୧.୯ ଲିଟର ପାଣି ପିଇବେ । ୧୪ରୁ ୧୮ ବର୍ଷର ବ୍ୟକ୍ତି ପ୍ରତିଦିନ ୧.୯ ରୁ ୨.୬ ଲିଟର ପାଣି ପିଇବେ । ୧୯ ରୁ ଅଧିକ ବୟସର ପୁରୁଷମାନେ ପ୍ରତିଦିନ ୩.୧ ଲିଟର ଓ ମହିଳାମାନେ ୨.୭ ଲିଟର ପାଣି ପିଇବେ । ୬୦ ବର୍ଷରୁ ଅଧିକ ପୁରୁଷ ଓ ମହିଳାମାନେ ପ୍ରତିଦିନ ୧.୬ରୁ ୨.୬ ଲିଟର ପାଣି ପିଇବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି ।
ଅଧିକ ପାଣି ପିଇଲେ କଣ ହୁଏ
ତେବେ ଏଠି ପ୍ରଶ୍ନ ଉଠୁଥିବ ଆବଶ୍ୟକତାଠାରୁ ଅଧିକ ପାଣି କଣ ହେବ? ଅଧିକ ପାଣି ପରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଢଡ଼ିବ ।
୧: ସୋଡିୟମ୍ କମିଯାଏ । ରକ୍ତରେ ଥିବା ଲୁଣ ବା ସୋଡିୟମ୍ ପତଳା ହେଇଯାଏ।
୨. ମୁଣ୍ଡ ବ୍ୟଥା, ବାନ୍ତି, ମସ୍ତିଷ୍କ ଫୁଲିବା ଆରମ୍ଭ ହୁଏ ।
୩. ଦୁର୍ବଳ ଲାଗିବା: ମାଂସପେଶୀ ଦୁର୍ବଳ ଲାଗେ, ଝିମ୍ ଝିମ୍ ଲାଗେ।
୪. ବାତ ମାରିବା: ବହୁତ ଅଧିକ ହେଲେ ବାତ ମାରିପାରେ ।
କେମିତି ପିଇବେ ପାଣି
ଆୟୂର୍ବେଦ ଅନୁସାରେ ଠିଆ ହୋଇ ପାଣି ପିଇବା କଥା ନୁହେଁ । ସବୁ ବେଳେ ବସି ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ଭଲ । ପାଣିକୁ ସିପ ସିପ କରି ପିଇବା ଦରକାର । ଯାହାଦ୍ୱାରା ପାଣିରୁ ମିଳୁଥିବା ଔଷଧୀୟ ଗୁଣ ଶରୀର ଭିତରକୁ ଯାଇପାରିବ । ଆଉ ଜଣେ ବ୍ୟକ୍ତି ସୁସ୍ଥ ଜୀବନ ବଞ୍ଚି ପାରିବେ।
