fbpx

ଘରେ ଏପରି ଝାଡୁ ରଖିଲେ ଆସିବ ଦାରିଦ୍ରତା

ଘରେ ବୟସ୍କ ଲୋକମାନେ ଝାଡୁକୁ ନେଇ ଅନେକ କିଛି କହିଥାନ୍ତି । ଯେପରିକି ଝାଡୁକୁ ଓଲଟା ରଖିବା ଖରାପ କିମ୍ବା ପାଦରେ ଝାଡୁ ମାରିଲେ ମା’ଲକ୍ଷ୍ମୀ ନାରାଜ ହୋଇଥାନ୍ତି । ବାସ୍ତୁଶାସ୍ତ୍ରରେ ମଧ୍ୟ ଝାଡୁକୁ ବହୁତ ମହତ୍ବ ଦିଆଯାଇଥାଏ । ପୌରାଣିକ ଗ୍ରନ୍ଥରେ କୁହାଯାଉଛି ଯେ, ଅନ୍ଧାର ଝାଡୁ ଲଗାଇବା ଅଶୁଭ ହୋଇଥାଏ । ପରିବାରର କୌଣସି ସଦସ୍ୟ ବାହାରକୁ ଯାଉଥିବା ବେଳେ ମଧ୍ୟ ଝାଡୁ ଲଗାଇବା ଅଶୁଭ ହୋଇଥାଏ ।

ଝାଡୁ ଉପରେ ଗୋଡ ରଖିବା କଥା ନୁହେଁ, ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଥାନ୍ତି । ସେହିପରି କେବେ ବି ଝାଡୁକୁ ଓଲଟା କରି ରଖିବା କଥା ନୁହେଁ, ଏପରି କରିବା ଦ୍ୱାରା ଘରେ ଝଗଡା ହୋଇଥାଏ ।

ଝାଡୁକୁ କେବେ ବି ଘର ବାହାରେ ବା ଛାତ ଉପରେ ରଖିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଘରୁ ମା ଲକ୍ଷ୍ମୀ ବାହାରି ଯାଆନ୍ତି । ନୂଆ ଘରେ ପୁରୁଣା ଝାଡୁ ନେବା ଅଶୁଭ ହୋଇଥାଏ । ଏଥିପାଇଁ ନୂଆ ଘରେ ନୂଆ ଝାଡୁ ରଖିବା କଥା ।

Get real time updates directly on you device, subscribe now.