fbpx

ପାରାସିଟାମଲକୁ ନେଇ ଏପରି ଭୁଲ୍ କରୁଥିଲେ ହୋଇପାରେ କ୍ଷତି: ତୁରନ୍ତ ଛାଡ଼ନ୍ତୁ ଅଭ୍ୟାସ

ନୂଆଦିଲ୍ଲୀ: କୁହାଯାଏ ଅତି ଲେମ୍ବୁ ଚିପୁଡିଲେ ପିତା । କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହୋଇଥିଲେ, ତାହା କ୍ଷତି ଘଟାଇବା ଆରମ୍ଭ କରିଥାଏ । ଏହି କଥା ମେଡିସିନ୍ କ୍ଷେତ୍ରରେ ବି ଲାଗିଥାଏ, ଯାହା ଆମକୁ ରୋଗଠାରୁ ଦୂରେଇ ରଖିଥାଏ । ଭାରତରେ ପାରାସିଟାମଲ ଏପରି ଏକ ଔଷଧ, ଯାହାକୁ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶ ବି ଲୋକେମାନେ ଖାଇଥାନ୍ତି । କିନ୍ତୁ ଏଥିରେ ଆପଣଙ୍କୁ ସାବଧାନ୍ ରହିବା ଆବଶ୍ୟକ ।

ଯଦି ଆପଣ ପାରାସିଟାମଲକୁ ସଠିକ୍ ମାତ୍ରା ବା ବେପରୁଆ ଭାବେ ଗ୍ରହଣ କରନ୍ତି, ତେବେ ଆପଣଙ୍କର ଅନେକ କ୍ଷତି ହୋଇପାରେ । ଡାକ୍ତରଙ୍କ କହିବା ମୁତାବକ, ଯଦିଓ ଜ୍ୱର, ଶରୀରରେ ଯନ୍ତ୍ରଣା ଦୂର କରିବାକୁ ପାରାସିଟାମଲ ପ୍ରଭାବଶାଳୀ ହୋଇଥାଏ, କିନ୍ତୁ ଏହାର ଡବଲ ଡୋଜ୍ ଭୁଲରେ ବି ନେବା କଥା ନୁହେଁ । କାରଣ ଏହାର ଡବଲ ନେବା ଦ୍ୱାରା କିଡନୀ ଓ ଲିଭର ଖରାପ ହେବାର ବିପଦ ଅଧିକ ବଢ଼ିଯାଏ ।

ଡାକ୍ତରଙ୍କ କହିବା ଅନୁସାରେ, ବୟସ୍କମାନଙ୍କୁ ୫୦୦ ଏମଜି ପାରାସିଟାମଲର ଗୋଟିଏ କିମ୍ବା ୨ଟି ଟାବଲେଟ୍ ୪ ଥର ଦିଆଯାଇପାରିବ । କିନ୍ତୁ ଏଥିରୁ ଅଧିକ ଡୋଜ୍ ଶରୀର ପାଇଁ କ୍ଷତିକାରକ । ଇଂଲଣ୍ଡର ଜାତୀୟ ସ୍ୱାସ୍ଥ୍ୟ ସେବାର କହିବା ମୁତାବକ, ଅଧିକ ପାରାସିଟାମୋଲ ଖାଇବା ଦ୍ୱାରା କିଡନୀ ଏବଂ ଯକୃତ କ୍ଷତି ହୋଇପାରେ । କେତେକ କ୍ଷେତ୍ରରେ ଏହାର ପରିଣାମ ଆହୁରି ଖରାପ ହୋଇପାରେ । ତେଣୁ ଏହାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରିବା ଆବଶ୍ୟକ ।

Get real time updates directly on you device, subscribe now.