fbpx

ପ୍ରତିଦିନ ଏହି ତିନୋଟି କାମ କରନ୍ତୁ, ଲକ୍ଷ୍ମୀ ମାଙ୍କ କୃପା ସହ ଟଙ୍କା ସମସ୍ୟାରୁ ମୁକ୍ତି ପାଆନ୍ତୁ

ଜୀବନରେ ଟଙ୍କାର ଭୂମିକା ଅତ୍ୟନ୍ତ ଗୁତୁତ୍ୱପୂର୍ଣ୍ଣ  ସେଥିପାଇଁ ମା ଲକ୍ଷ୍ମୀ ଙ୍କ କୃପା ନିହାତି ଆବଶ୍ୟକ । ଏଥିପାଇଁ ଲୋକମାନେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ କିଛି ନା କିଛି ପୂଜାପାଠ କରିଥାନ୍ତି । ଜ୍ୟେତିଷ ଶାସ୍ତ୍ର ଓ ବାସ୍ତୁରେ ମା ଲକ୍ଷ୍ମୀଙ୍କ କୃପାଲାଭ ପାଇଁ ବିଭିନ୍ନ ଉପାୟ ରହିଛି ଯଦି ଆପଣ ଏପରି ପୂଜା କରିବେ ତେବେ ଟଙ୍କା ପଇସାର ଅଭାବ ନ ହେବା ସହ ଲକ୍ଷ୍ମୀ ମାଙ୍କ କୃପା ଅର୍ଜନ କରିବେ । ତେବେ ଯେଉଁ ଘରେ ଲକ୍ଷ୍ମୀ ମା ବାସ କରନ୍ତି ସେହି ଘରେ ଟଙ୍କାର ଅଭାବ ହୋଇ ନଥାଏ । ଜାଣନ୍ତୁ ୩ଟି ଉପାୟ କିପରି କରିବେ ଲକ୍ଷ୍ମୀ ମାଙ୍କ ପୂଜା  ।

ପ୍ରତିଦିନ ଘରକୁ ସଫା କରନ୍ତୁ
ମା ଲକ୍ଷ୍ମୀ ସଫାସୁତରକୁ ବହୁତ ପସନ୍ଦ କରିଥାନ୍ତି । ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉଁ ଘର ସଦା ସର୍ବଦା ସଫା ରହିଥାଏ । ଏଥିପାଇଁ ଅପଣ ପ୍ରତିଦିନ ଘରକୁ ସଫା ରଖନ୍ତୁ ଏବଂ ଜିନିଷ ଗୁଡିକୁ ଏଣେତେଣେ ନ ପକାଇ ସଜାଇ ରଖନ୍ତୁ । କିନ୍ତୁ ମନେ ରଖନ୍ତୁ ଏହି ସଫାସୁତର କାର୍ଯ୍ୟକୁ ଆପଣ ଦିନରେ ହିଁ କରନ୍ତୁ । ସଂନ୍ଧ୍ୟା ୫ଟାପରେ କରିବା ଶାସ୍ତ୍ରରେ ବାରଣ କରାଯାଇଛି । ଯଦି ଆପଣ ସୂର୍ଯ୍ୟସ୍ତ ପରେ ଝାଡୁ କରିବା କାର୍ଯ୍ୟ ଜାରି ରଖୁଛନ୍ତି ତେବେ ଏଥିରେ ଲକ୍ଷ୍ମୀ ମା ରାଗି ଯାଇଥାନ୍ତି କାରଣ ଏହି ସମୟରେ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି ।

ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ
ହିନ୍ଦୁ ଶାସ୍ତ୍ରରେ ସ୍ୱସ୍ତିକ ଚିହ୍ନକୁ ଶୁଭ ବୋଲି ଧରାଯାଏ । କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଇଥାଏ । ପୂଜା ପାଠ ଓ ଶୁଭ କାମରେ ସ୍ୱସ୍ତିକ ଚିହ୍ନକୁ ବ୍ୟବହାର କରାଯାଇଥାଏ । ତେବେ ପ୍ରତିଦିନ ଘର ସାମ୍ନାରେ ହଳଦୀ ରେ ସ୍ୱସ୍ତିକ ବନାନ୍ତୁ । ଏହା କରିବା ଦ୍ୱାରା ଘରେ ସୌଭାଗ୍ୟ ସହ ସୁଖ ସମୃଦ୍ଧି ବଢିଥାଏ । ଏହାଛଡା ଘରର ମୁଖ୍ୟ ଦ୍ୱାରରେ ଘିଅ ଦୀପ ଜଳାନ୍ତୁ ।

ମା ଲକ୍ଷ୍ମୀଙ୍କ ଆରତୀ କିପରି କରିବେ
ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଆରତୀ କରନ୍ତୁ । ଶୁକ୍ରବାର ଦିନ ମାଙ୍କୁ ପୂଜା କରିବା ପରେ ଧଳା ମିଠା ଭୋଗକରି ଝିଅ ମାନଙ୍କୁ ତାହା ଦିଅନ୍ତୁ । ଏହା ହେଲେ ଲକ୍ଷ୍ମୀ ମା ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଧନ ଦୌଲତରେ ପରିପୂର୍ଣ୍ଣ କରିଦେବେ ।

Get real time updates directly on you device, subscribe now.