fbpx

ନବରାତ୍ରୀରେ କରନ୍ତୁ ଏହି କାମ: ମିଳିବ ମା ଦୂର୍ଗାଙ୍କ କୃପା, ପରିବାରରୁ ଦୂର ହେବ ଅନେକ ମସସ୍ୟା

ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ପୂଜା ବିଧି ଆଦି ରହିଛି । ଏହି ପୂଜା ପର୍ବର ଭିନ୍ନ ଭିନ୍ନ ମହତ୍ୱ ଏବଂ ବିଶେଷତ୍ୱ ମଧ୍ୟ ରହିଥାଏ । ତେବେ ଆଗକୁ ଆସୁଛି ନବରାତ୍ରୀ, ଯେଉଁଥିରେ ମା ଦୂର୍ଗାଙ୍କୁ ଏହି ଧରା ପୃଷ୍ଟକୁ ଆବାହାନ କରାଯାଏ । ଏହି ପର୍ବକୁ ସମଗ୍ର ଦେଶବାସୀ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଏହି ଦିନମାନଙ୍କରେ ମା ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ । ତେବେ ଶାସ୍ତ୍ର ଅନୁସାରେ ଏହି ଦିନମାନଙ୍କରେ ଯେଉଁମାନେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ମାଙ୍କ ପୂଜା ଅର୍ଚ୍ଚନା କରିବେ ସେମାନଙ୍କୁ ମାଙ୍କ ଆର୍ଶିବାଦ ପ୍ରାପ୍ତି ହେବ । ତେବେ ଏହି ଦିନ ଏପରି କିଛି କାମ ରହଛି ଯାହାକୁ କରିବା ଦ୍ୱାରା ସର୍ବଦା ମାଙ୍କ କୃପା ଦୃଷ୍ଟି ରହବ । ଏତି ସହିତ ଘରୁ ସମସ୍ତ ଦୁଖଃ କଷ୍ଟ ଦୂର ହେବ । ବର୍ତ୍ତମାନ ଅସନ୍ତୁ ଜାଣିବା କଣ ସେହି କାର୍ଯ୍ୟ । ଯାହାକୁ ନବରାତ୍ରା ସମୟରେ କରିବା ଦ୍ୱାରା ମା ଦୂର୍ଗା ଅତ୍ୟନ୍ତ ଖୁସି ହୋଇଥାନ୍ତି ।

ନବରାତ୍ରୀରେ କରନ୍ତୁ ଉପବାସ: କୁହାଯାଏ ଯେ ମନ ପବନ ଠାରୁ ମଧ୍ୟ ଅଧିକ ଚଞ୍ଚଳ ହୋଇଥାଏ । ତେଣୁ ମନର ଏକାଗ୍ରତା ପାଇଁ ନବରାତ୍ରୀରେ ଉପବାସ ରହି ମାଙ୍କ ଆରାଧନା କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ମନ ଶାନ୍ତ ହେବା ସହିତ ମନରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

୯ ଦିନ କରନ୍ତୁ ମାଙ୍କ ଶୃଙ୍ଗାର: ହିନ୍ଦୁ ଶାସ୍ତ୍ର ଅନୁଯାୟୀ ନବରାତ୍ରୀର ଏହି ଖାସ ଦିନରେ ମା ଦୂର୍ଗା ସ୍ୱର୍ଗରୁ ଧରା ପୃଷ୍ଟକୁ ଆଗମନ କରିଥାନ୍ତି । ଏହି ଦିନରେ ଭକ୍ତମାନେ ମାଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରିଥାନ୍ତି । ତେବେ ଏହି ୯ ଦିନ ମାଙ୍କ ବିଶେଷ ଶୃଙ୍ଗାର ହୋଇଥାଏ । ଏପରି କରିବା ଦ୍ୱାରା ମା ପ୍ରଶନ୍ନ ହୋଇଥାନ୍ତି ଏବଂ ତାଙ୍କ ଭକ୍ତମାନଙ୍କୁ ଆର୍ଶିବାଦ କରିଥାନ୍ତି ।

ଜଳାନ୍ତୁ ଅଖଣ୍ଡ ଦୀପ: ନବରାତ୍ରୀରେ କଳସ ସ୍ଥାପନା ସହିତ ଏହି ୯ ଦିନ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରିବାକୁ ପଡିଥାଏ । ତେବେ ଏହି ଅଖଣ୍ଡ ଦୀପରେ ଶୁଦ୍ଧ ଘିଅ ଦେଇ ମାଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଘରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଥାଏ । ଯାହାଫଳରେ ଘରେ ସୁଖ ଶାନ୍ତି ଆସିଥାଏ ।

କରନ୍ତୁ କନ୍ୟା ପୂଜା:ନବରାତ୍ରୀର ଅଷ୍ଟମ ଦିନ ଅର୍ଥାତ୍ ଅଷ୍ଟମୀ ଦିନ ପୂଜାର ବିଶେଷ ମହତ୍ତ୍ୱ ରହିଥାଏ । ଅଷ୍ଟମୀ ଏବଂ ନବମୀ ଏହି ଦୁଇ ଦିନ କନ୍ୟାମାନଙ୍କୁ ପୂଜା କରି ସେମାନଙ୍କୁ ଭୋଜନ ଦିଆଯାଇଥାଏ । ତେବେ କୁହାଯାଏ ଯେ ଏପରି କରିବା ଦ୍ୱାରା ମାଙ୍କ କୃପା ରହିବା ସହ ଜୀବନରେ ସୁଖ ଶାନ୍ତି ଲାଗି ରହିଥାଏ ।

Get real time updates directly on you device, subscribe now.