fbpx

ରାତିରେ ବାରମ୍ବାର ଆସୁଛି କି ଖରାପ ସ୍ୱପ୍ନ ? ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ରୋଗର ସଂକେତ

ନୂଆଦିଲ୍ଲୀ: ଆମେ ରାତିରେ ଶୋଇବା ବେଳେ ଅନେକ ପ୍ରକାର ସ୍ୱପ୍ନ ଦେଖିଥାନ୍ତି । ଯାହାକୁ ।ମେ ସକାଳୁ ଭୁଲି ମଧ୍ୟ ଯାଆନ୍ତି । କିନ୍ତୁ ରାତିରେ ଶୋଇବା ପରେ ।ପଣ ଯଦି କିଛି ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି ଏବଂ ରାତିରେ ଶାଇପାରୁନାହାନ୍ତି । ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କାରଣ ଏପରି ସ୍ୱପ୍ନ ଦେଖିବା ଏହା ମାନସିକ ଜନିତ ସମସ୍ୟାର ସଂକେତ ଦେଇଥାଏ ।

ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣା ପଡିଛି ଯେ ଆର୍ଦ୍ଧ ବୟସ୍କ ବ୍ୟକ୍ତିମାନେ ଯେଉଁମାନଙ୍କୁ ନିୟମିତ ଭାବରେ ଖରାପ ସ୍ୱପ୍ନ ଆସୁଛି ସେମାନଙ୍କ ନିକଟରେ ଏକ ପ୍ରକାର ମାନସିକ ରୋଗର ଆଶଙ୍କା ଦେଖାଦେଇଥାଏ । ଯାହାକୁ ବିଜ୍ଞାନ ଭାଷାରେ ଡିମେନସିଆ ବୋଲି କୁହାଯାଇଥାଏ । ବର୍ତ୍ତମାନ ।ସନ୍ତୁ ଜାଣିବା ଏହି ଡିମେନସିା ରୋଗ କଣ ଏବଂ ଏହା କାହିଁକି ହୋଇଥାଏ ।

ଡିମେନସିା ରୋଗ କଣ?

ଅଲଜାଇମର ଆସୋସିଏସନ ରିପର୍ଟ ଅନୁଯାୟୀ ଡିମେନସିଆ ଏପରି ରୋଗ ଯାହା ମଣିଷର ସ୍ମରଣ ଶକ୍ତି, ଭାଷା ସମସ୍ୟା ସମାଧାନ ଏବଂ ଅନ୍ୟ କଥା ଚିନ୍ତା କରିବାର କ୍ଷମତାକୁ କ୍ଷତି ପହଞ୍ଚାଇବା ପରି ଏକ ସାଧାରଣ ଶବ୍ଦ । ଯାହାକି ଆମ ଦୈନନ୍ଦନ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ରୋଗ ଦ୍ୱାରା ମଣିଷ ଧିରେ ଧିରେ ତାର ସ୍ମରଣ ଶକ୍ତି ହରାଇ ଥାଏ । ଯାହାଫଳରେ ସେ କରୁଥିବା କାମ କିମ୍ବା କହୁଥିବା କଥା ମନେ ରଖିପାରେ ନାହିଁ ।

କଣ କହେ ରିସର୍ଚ୍ଚ: ବର୍ମିଂହାମ୍ ବିଶ୍ୱ ବିଦ୍ୟାଳୟର ଅନୁସନ୍ଧାନକାରୀମାନେ ୩ଟି ଅଧ୍ୟୟନର ବିଶ୍ଳେଷଣ କରିଥିଲେ । ଯେଉଁଥିରେ ସେମାନେ ୩୫ ରୁ ୬୪ ବର୍ଷ ବୟସର ୬୦୦ ଲୋକ ଏବଂ ୭୯ ବର୍ଷ ବୟସର ୨,୬୦୦ ଲୋକଙ୍କୁ ସାମିଲ କରିଥିଲେ । ତେବେ ତାଙ୍କ ରିସର୍ଚ୍ଚ ଅନୁଯାୟୀ ମଧ୍ୟ ବୟସ୍କ ବୟକ୍ତିମାନଙ୍କୁ ସପ୍ତାହରେ ଥରେ ରୁ ଦୁଇ ଥର ଖରାପ ସ୍ୱପ୍ନ ଆସିଥାଏ । ଏହା ସେମାନଙ୍କ ନିଦକୁ ଖରାପ କରିଥାଏ, ଫଳରେ ଏହା ଡିମେନସିଆ ସହିତ ଜଡିତ ପ୍ରୋଟିନର ନିର୍ମାଣ କରିଥାଏ । ଫଳରେ ସେମାନେ ଧିରେ ଧିରେ ତାଙ୍କ ସ୍ମରଣ ଶକ୍ତି ହରାଇଥାନ୍ତି ।

Get real time updates directly on you device, subscribe now.