fbpx

‘ସାପମାନେ ବି ସୁଇସାଇଡ୍’ କରିଥାନ୍ତି, ଆପଣ ଏକଥା ଜାଣିଛନ୍ତି କି ?

ସାଧାରଣତଃ ମଣିଷମାନେ ଅନେକ ସମୟରେ କଠିନ ପରିସ୍ଥିତିକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥାନ୍ତି । ମାତ୍ର ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାପମାନେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି । ନିକଟରେ ଅଷ୍ଟ୍ରେଲିଆର ଏକ ବିଷାକ୍ତ ସାପ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ଏହି ଘଟଣାକୁ ନେଇ ସର୍ପ ବିଶେଷଜ୍ଞମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ।

ଆତ୍ମହତ୍ୟା କରିଥିବା ବିଷାକ୍ତ ସାପର ନାମ ହେଉଛି ଟ୍ରି ବ୍ରାଉନ, ଯାହାକି ମୁଖ୍ୟତଃ ଅଷ୍ଟ୍ରେଲିଆରେ ଦେଖାଯାଇଥାଏ । କେର୍ନସ ସହରରେ ରହୁଥିବା ମୈଟ ହେଗନ ନାମକ ଜଣେ ସାପ ଧରାଳି ଏହି ଘଟଣାକୁ ଦେଖିଥିଲେ । ହେଗନ ଏକ ୱେବସାଇଟରେ ଏହା ଉଲ୍ଲେଖ କରିଛନ୍ତି ଯେ, ଜଣେ ମହିଳାଙ୍କ ଘର ବାହାରେ ଏକ ଟ୍ରି ବ୍ରାଉନ ସାପ ଥିବା ସେ ଖବର ପାଇଥିଲେ । ମାତ୍ର ମହିଳାଙ୍କ ସୂଚନା ମୁତାବକ ସାପଟି ଦୁଇ ଘଣ୍ଟା ଧରି ଗୋଟିଏ ସ୍ଥାନରେ ପଡ଼ି ରହିଥିଲା । ସେ ସାପଟି ପାଖକୁ ଯାଇ ଦେଖିଲେ ଯେ, ସାପଟି ନିଜ ପାଟିରେ ବେକକୁ ଦବାଇ ଦେଇଛି, ଫଳରେ ତା’ର ମୃତ୍ୟୁ ଘଟିଛି । ସାପଟି ଏଭଳି ଅବସ୍ଥାରେ ମୃତ୍ୟୁବରଣ କରିବା ହେଗନଙ୍କୁ ସନ୍ଦେହରେ ପକାଇଥିଲା । ତେଣୁ ସେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସାପଟିକୁ ପରୀକ୍ଷାଗାରକୁ ନେଇ ପରୀକ୍ଷା କରାଇଥିଲେ । ପରୀକ୍ଷଣରୁ ସ୍ପଷ୍ଟ ହୋଇଥିଲା ଯେ, ସାପଟିର ବିଷ ନିଜ ଶରୀରରେ ପହଞ୍ଚିବା ଦ୍ୱାରା ତା’ର ମୃତ୍ୟୁ ହୋଇଛି । ଅର୍ଥାତ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ସାପଟି ନିଜକୁ ନିଜେ କାମୁଡ଼ି ଆତ୍ମହତ୍ୟା କରିଛି।

Get real time updates directly on you device, subscribe now.