fbpx

କରୋନାର ଦୁଇଟି ଟିକା ନେବା ପରେବି ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । କରୋନାର ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ ବୋଲି ଉଭୟ ବିଶେଷଜ୍ଞ ଏବଂ ସରକାର କହୁଛନ୍ତି। ହେଲେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦୁଇଟି ଟିକା ନେଇସାରିଥିବା ଦିଲ୍ଲୀର ଜଣେ ଡାକ୍ତରଙ୍କର କରୋନାରେ ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ନାମ ଅନୀଲ ରାଓ୍ୱତ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା ।

ସୂଚନା ଅନୁସାରେ , ଡାକ୍ତର ରାଓ୍ୱତ ରାଜଧାନୀ ସ୍ଥିତ ସରୋଜ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ସେ ମାର୍ଚ୍ଚରେ କରୋନାର ଦ୍ୱିତୀୟ ଟିକା ମଧ୍ୟ ନେଇଥିଲେ। କିଛିଦିନ ପୂର୍ବେ ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶନିବାର ଭେଣ୍ଟିଲେଟରକୁ ନିଆଯାଇଥିଲା। ସେ ଭେଣ୍ଟିଲେଟରକୁ ଯିବା ପୂର୍ବରୁ ତାଙ୍କ ସହକର୍ମୀଙ୍କୁ କହିଥିଲେ ଯେ , ‘ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ମୁଁ ଖୁବଶୀଘ୍ର ଫେରିବି’। ଯେହେତୁ ଡାକ୍ତର ରାଓ୍ୱତ ଦୁଇଟି ଯାକ ଟିକା ନେଇସାରିଥିଲେ ତେଣୁ ସେ ଆରୋଗ୍ୟ ହୋଇଯିବେ ବୋଲି ବିଶ୍ୱାସ ରଖିଥିଲେ।

ଡାକ୍ତର ରାଓ୍ୱତଙ୍କ ଚିକିତ୍ସା କରୁଥିବା ଡାକ୍ତର ପିକେ ଭରଦ୍ୱାଜ କହିଛନ୍ତି, ଡାକ୍ତର ରାଓ୍ୱତ ମାସେ ପୂର୍ବରୁ ତାଙ୍କର ଦୁଇଟି ଯାକ ଟିକା ନେଇ ସାରିଥିଲେ। ହେଲେ ଏପ୍ରିଲ ମାସ ଆରମ୍ଭରେ କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରଥମେ ଡାକ୍ତର ରାଓ୍ୱତ ହୋମ୍ ଆଇସୋଲେସନରେ ଥିଲେ। କିନ୍ତୁ ସେ ଗୁରୁତର ହୋଇପଡ଼ିବାରୁ ହସ୍ପିଟାଲର ଆଇସିୟୁରେ ପ୍ରଥମେ ତାଙ୍କୁ ରଖାଯାଇଥିଲା। ପରେ ଭେଣ୍ଟିଲେଟର। ଡାକ୍ତର ରାଓ୍ୱତଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଥିଲା। ଏମିତିକି ତାଙ୍କ ଫୁସଫୁସକୁ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କ ଶ୍ୱାସନଳୀରେ ନିମୋନିଆ ସଂକ୍ରମିତ ହୋଇ ଯାଇଥିବାରୁ ସେ ଗୁରୁତର ହୋଇପଡ଼ିଥିଲେ ବୋଲି ଡାକ୍ତର ଭରଦ୍ୱାଜ କହିଛନ୍ତି।

 

Get real time updates directly on you device, subscribe now.