fbpx

ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ: ସପ୍ତାହକୁ ଦୁଇଦିନ ମାଗଣାରେ କରୁଥିଲେ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଥିବା ଜଣେ ଡାକ୍ତର ଆଜି ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟର ଜଣେ ଜଣାଶୁଣା ପ୍ରଫେସର ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଡାକ୍ତରଙ୍କୁ ୮୮ ବର୍ଷ ହୋଇଥିବା ବେଳେ ସେ କଟକ ସ୍ଥିତ ତାଙ୍କର ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଡାକ୍ତର ବୈଦ୍ୟନାଥ ଲୋକଙ୍କୁ ସପ୍ତାହକୁ ଦୁଇଦିନ ମାଗଣାରେ ଚିକିତ୍ସା କରୁଥିଲେ । ଫଳରେ ଅନେକ ଗରିବ ଲୋକ ଏଥିରେ ବେଶ ଉପକୃତ ହୋଇ ପାରୁଥିଲେ । ଆଜିର ସମୟରେ କିଛି ଘରୋଇ ହସ୍ପିଟାଲ ଲୋକଙ୍କ ଠାରୁ ମୋଟା ଅଙ୍କର ଚିକିତ୍ସା ଫିସ୍ ଆଦାୟ କରୁଥିବା ବେଳେ ଏଭଳି ସମୟରେ ବୈଦ୍ୟନାଥ ରୋଗୀଙ୍କ ପାଇଁ ସତେ ଯେମିତି ଈଶ୍ୱର ସାଜିଥିଲେ । ସେ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ ।

ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତୁରିନ୍ତିରା ଗ୍ରାମର ଏହି ଜଣାଶୁଣା ପ୍ରଫେସର ୧୯୩୫ ମସିହା ଜୁନ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲେ ହେଁ କଠିନ ପରିଶ୍ରମ କରି ସେ ବହୁ ଆଗକୁ ଯାଇ ପାରିଥିଲେ । ଏଭଳି ଜଣେ ପରୋପକାରୀ, ହୃଦୟପରାୟଣ ଡାକ୍ତରଙ୍କ ଅଚାନକ ବିୟୋଗରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ମଧ୍ୟରେ ଗଭୀର ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.