ଟ୍ରକ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ
ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ଏକ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସରପ୍ରାପ୍ତ ଏଡିଏମଓ ଥିଲେ ବୋଲି ଜଣା ପଡ଼ିଛି ।
ସମ୍ବଲପୁର: ଅଇଁଠାପାଲି ଥାନା ଅଞ୍ଚଳରେ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ ।
Uttarakhand Govt.
ମୃତ ଡାକ୍ତରଙ୍କ ନାମ ଭାରତ ଦାସ । ସେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସରପ୍ରାପ୍ତ ଏଡିଏମଓ ବୋଲି ଚିହ୍ନଟ କରାଯାଇଛି।
ରିପୋର୍ଟ ଅନୁସାରେ, ଆଜି ସକାଳେ ଦାଶ ଏକ ସ୍କୁଟିରେ କୌଣସି ସ୍ଥାନକୁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଯଦ୍ବାରା ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

