fbpx

କୁକୁର ପଢ଼ୁଛି ଖବରକାଗଜ, ଦେଖନ୍ତୁ ଭିଡିଓ

ଅଧିକାଂଶ ଲୋକେ ପଶୁପକ୍ଷୀ ମାନଙ୍କ ମଜାଦାର ଭିଡିଓୁ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କୁ ବିଭିନ୍ନ ଢ଼ଙ୍ଗରେ ସଜେଇବାକୁ ଅବା ସେମାନଙ୍କ ସହ ଖେଳିବାକୁ ବହୁତ ପସନ୍ଦ କରନ୍ତି । ଏମିତିରେ ବି ପ୍ରାୟତଃ ଲୋକ ସେମାନଙ୍କ ଘରେ କୁକୁର ଏବଂ ବିଲେଇଙ୍କୁ ରଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଭାରତୀୟଙ୍କ ଠାରୁ ବାହାର ଦେଶର ଲୋକେ ଖାସ୍ କରି କୁକୁର, ବିଲେଇ, ବିଭିନ୍ନ ପ୍ରକାରର ପକ୍ଷୀଙ୍କୁ ପାଳିଥାନ୍ତି । ଆଉ ସେମାନଙ୍କ କ୍ୟୁଟ୍ କ୍ୟୁଟ୍ ଭିଡିଓ କରନ୍ତି । ତେବେ ସୋସିଆଲ ମିଡିଆରେ ଗୋଟିଏ ପୋଷା କୁକୁରର ଭିଡିଓ ଭାଇରାଲ୍ ହେଉଛି । ଯାହାକୁ ଆପଣ ମାନେ ନ ଦେଖି ରହିପାରିବେ ନାହିଁ ।

ଭିଡିଓ ଦେଖିବାକୁ ମିଳିଛି ଯେ, ଗୋଟିଏ କୁକୁର ଚଷମା ପିନ୍ଧିଛି ଏବଂ ହାତରେ ଖବରକାଗଜ ଧରି ପଢ଼ୁଛି । ଖାଲି ସେତିକି ନୁହେଁ ସେ ଗୋଟିଏ ଧଳା ରଙ୍ଗର ସାର୍ଟ ମଧ୍ୟ ପିନ୍ଧିଛି । ଏହି ଭିଡିଓକୁ ଇନଷ୍ଟ୍ରାଗ୍ରାମରେ ଜଣେ ୟୁଜର୍ ଅପଲୋଡ୍ କରିଛନ୍ତି । ୟୁଜର୍ ଜଣଙ୍କ କେବଳ ସେହି କୁକୁର ପାଇଁ ଗୋଟିଏ ପେଜ୍ ତିଆରି କରିଛନ୍ତି । ସେଥିରେ ସେହି କୁକୁରର ବିଭିନ୍ନ ପ୍ରକାରର କାର୍ଯ୍ୟକଳାପର ଭିଡିଓ ଏବଂ ଫଟୋ ଅପଲୋଡ୍ କରନ୍ତି ।

Get real time updates directly on you device, subscribe now.