fbpx

ପ୍ରତ୍ୟେକ ମଣିଷର ଷ୍ଟ୍ରେସକୁ ସହଜରେ ବାରି ପାରିବ କୁକୁର, ନୂଆ ଷ୍ଟଡି ଖୁଲାସା

ନୂଆଦିଲ୍ଲୀ: କୁକୁରମାନଙ୍କର ଘ୍ରାଣଶକ୍ତି ଅତି ପ୍ରଖର, ଏକଥା ଆମେ ଜାଣିଛେ । ସେଥିପାଇଁ କୁକୁରମାନଙ୍କୁ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ ଟିମରେ ସାମିଲ କରାଯାଇଥାଏ । ଦୁର୍ଦ୍ଦାନ୍ତ ଚୋରମାନଙ୍କୁ ଖୁବଶୀଘ୍ର ଠାବ କରିବାରେ ସକ୍ଷମ ହୋଇଥାଏ କୁକୁର । ତେବେ କୁକୁରକୁ ନେଇ ଆସିଛି ଏକ ନୂଆ ଅପଡେଟ । ମଣିଷ ଯେତେବେଳେ ଷ୍ଟ୍ରେସରେ ରହିଥିବ, ସେହି ସମୟରେ କୁକୁର ଏହାର ଗନ୍ଧ ବାରି ପାରିବ । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏଭଳି ଖୁଲାସା ହୋଇଛି ।

ରିସର୍ଚ୍ଚରେ କୁହାଯାଇଛି, ଜଣେ ବ୍ୟକ୍ତି ଯେତେବେଳେ ଷ୍ଟ୍ରେସରେ ରହିଥାନ୍ତି, ସେ ସମୟରେ ତାଙ୍କ ପାଖରୁ ଅଲଗା ପ୍ରକାରର ଗନ୍ଧ/ ବାସ୍ନା ଆସିଥାଏ । ଯଦି ଉକ୍ତ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଭାବେ ଅଜଣା ହୋଇଥିବେ, ତେବେ କୁକୁର ମଧ୍ୟ ଏହାକୁ ଠଉରାଇ ପାରିବ । ମଣିଷର ଷ୍ଟ୍ରେସ ଅର୍ଡରକୁ କୁକୁର ୯୩.୭୫ ପ୍ରତିଶତ ସଠିକ୍ ଭାବେ ଜାଣିପାରିବ ।

ଏହି ଷ୍ଟଡିରେ ଗବେଷକମାନେ ୪ଟି କୁକୁରକୁ ସାମିଲ କରିଥିଲେ । ୩୬ ଜଣ ଲୋକଙ୍କର ଝାଳ ଓ ଶ୍ୱାସର ନମୂନାକୁ ସଂଗ୍ରହ କରାଯାଇଥିଲା । ଏଥିସହିତ ରକ୍ତଚାପ ଓ ହୃଦୟର ଗତି ବୃଦ୍ଧିକୁ ମଧ୍ୟ ନଜର ରଖାଯାଇଥିଲା । ଜଣେ ସାଧାରଣ ମଣିଷ ଓ ଚାପ ଗ୍ରସ୍ତ ମଣିଷର ନମୂନାରେ ଥିବା ଫରକକୁ ନିରୀକ୍ଷଣ କରାଯାଇଥିଲା । ପରେ ସେମାନଙ୍କର ନାକକୁ ୫ ସେକେଣ୍ଡ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । ତେବେ ୭୨୦ଟି ଷ୍ଟ୍ରେସ ଟ୍ରାଏଲ ମଧ୍ୟରୁ ୬୭୫ଟି ଟ୍ରାଏଲକୁ କୁକୁରମାନେ ସଠିକ୍ ଭାବେ ବାରି ପାରିଥିଲେ । ଏ କ୍ଷେତ୍ରରେ ସେମାନଙ୍କର ସଠିକତାର ରେଞ୍ଜ ୯୦ରୁ ୯୬.୮୮ ପ୍ରତିଶତ ମଧ୍ୟରେ ରହିଥିଲା ।

Get real time updates directly on you device, subscribe now.