fbpx

ଅଫିସରେ ୩୦ ମିନିଟ୍ ଅଧିକ କାମ କରୁଛନ୍ତି କି, କମ୍ପାନୀକୁ ଦେବାକୁ ପଡ଼ିବ ଏକ୍ସଟ୍ରା ଦରମା; ମୋଦୀ ସରକାର ଆଣୁଛନ୍ତି ଏହି ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଅଫିସ୍ ରେ ୩୦ ମିନିଯ୍ ଅଧିକ ସମୟ କାମ କରୁଛନ୍ତି ତେବେ ଆପଣଙ୍କୁ ଓଭର୍ ଟାଇମ୍ ପାଇଁ ଦରମା ଦିଆଯିବ । ମୋଦୀ ସରକାର ଅକ୍ଟୋବର୍ ୧ ତାରିଖରୁ ଲେବର୍ କାର୍ଡ ନିୟମ ଲାଗୁ କରିବାକୁ ଚାହୁଁଛନ୍ତି । ଯଦି ଏପରି ହୁଏ ତାହେଲେ ଅଫିସ୍ ରେ କାମ କରିବା ପ୍ରଣାଳୀ ସମ୍ପୂଣ୍ଣ ର୍ଭାବରେ ପରିବର୍ତ୍ତନ ହୋଇଯିବ । ଏହା ଅଧୀନରେ ଓଭର୍ ଟାଇମ୍ ନିୟମରେ ବି ପରିବର୍ତ୍ତନ ଆସିବ । ୩୦ ମିନିଟ୍ ଅଧିକ କାମ କରିବା ଦ୍ୱାରା କମ୍ପାନୀ ସେହି ସମୟ ପାଇଁ ଏକ୍ସଟ୍ରା ଦରମା ଦେବ । ଖାଲି ସେତିକି ନୂହେଁ ଲେବର୍ କାର୍ଡ ଅଧିନରେ କମ୍ପାନୀ ନିଜ କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ କାମ କରାଇପାରିବ ନାହିଁ । କର୍ମଚାରୀ ମାନଙ୍କୁ ବ୍ରେକ୍ ଦେବାକୁ ବାଧ୍ୟ ।

ଲେବର୍ କାର୍ଡ ନିୟମ ଅଧୀନରେ ଅଫିସ୍ ସମୟକୁ ନେଇ ସଂଶୋଧନ ଅଣାଯାଇଛି । କୌଣସି ବି କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରାଇପାରିବେ ନାହିଁ । ପ୍ରତି ୫ ଘଣ୍ଟା ପରେ ବ୍ରେକ୍ ଦେବାକୁ ପଡ଼ିବ । ବର୍ତ୍ତମାନ ୩୦ ମିନିଟ୍ ଏକ୍ସଟ୍ରା କାମ କଲେ ସେଥିପାଇଁ ଦରମା ଦିଆଯାଉନଥିବା ବେଳେ ଏହି ନିୟମ ଲାଗୁ ହେବା ପରେ କମ୍ପାନୀକୁ କର୍ମଚାରୀଙ୍କୁ ଏକ୍ସଟ୍ରା ସମୟ କାମ କଲେ ଦରମା ଦେବାକୁ ପଡ଼ିବ ।

ନୂତନ ଲେବର୍ କୋଡରେ, କାର୍ୟ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାର ବ୍ୟବସ୍ଥା ଅଛି । ଅଧିକାଂଶ କାର୍ଯ୍ୟାଳୟରେ ୮ରୁ ୯ ଘଣ୍ଟା ସିଫ୍ଟ ରହିଛି । କିନ୍ତୁ ନୁତନ ନିୟମ ଆଧାରରେ ଏବେ ସପ୍ତାହରେ ୪୮ ଘଣ୍ଟା କାମ କରିବାକୁ ପଡ଼ିବ । ଯଦି ଜଣେ ବ୍ୟକ୍ତି ଦିନକୁ ୮ ଘଣ୍ଟା କାମ କରେ, ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ । ଯଦି ଆପଣ ୯ ଘଣ୍ଟା କାମ କରନ୍ତି, ତେବେ ଆପଣଙ୍କୁ ସପ୍ତାହରେ ୫ ଦିନ କାମ କରିବାକୁ ପଡିବ । ଆଉ ଯଦି ଆପଣ ୧୨ ଘଣ୍ଟା କାମ କରୁଛନ୍ତି ତାହେଲେ ଆପଣଙ୍କୁ ଗୋଟିଏ ସପ୍ତାହରେ ୩ ଦିନ ଛୁଟି ମିଳିବ । ତାହା ହେଉଛି, ଯଦି ଆପଣ ଅବଶିଷ୍ଟ ୪ ଦିନ ପାଇଁ ସୋମବାର ଏବଂ ଗୁରୁବାର ଦିନ ୧୨ ଘଣ୍ଟା କାମ କରନ୍ତି, ତେବେ ସପ୍ତାହରେ ତିନି ଦିନ, ଶୁକ୍ରବାର, ଶନିବାର ଏବଂ ରବିବାର ଏକ ଛୁଟିଦିନ ହେବ । କିନ୍ତୁ ଶ୍ରମିକ ସଂଗଠନମାନେ ୧୨ ଘଣ୍ଟିଆ କାର୍ୟ୍ୟକୁ ବିରୋଧ କରୁଛନ୍ତି।

Get real time updates directly on you device, subscribe now.