fbpx

ମେଡିସିନ ଏକ କାମ ଅନେକ: କରୋନା ସମୟରେ ବିକ୍ରି ହେଲା ୩୫୦ କୋଟିର DOLO 650

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ଫାର୍ମା କମ୍ପାନୀର ବିକ୍ରିରେ ଢେର ଅଭିବୃଦ୍ଧି ଦେଖା ଦେଇଥିଲା । ଏହି ସମୟରେ ପାରାସିଟାମଲ ଟାବ୍ଲେଟ ଡୋଲୋ-୬୫୦ର ବିକ୍ରି ବହୁଳ ଭାବରେ ବୃଦ୍ଧି ପାଇଥିଲା । ଏପରିକି ମାତ୍ର ବର୍ଷକର ସମୟରେ ଏହି ମେଡିସିନଟି ୩୫୦ କୋଟି ଟଙ୍କା ଆୟ କରିଥିଲା । ଡୋଲୋର ଏହି ସଫଳତା ପରେ ଏହାର ପ୍ୟାରେଣ୍ଟ କମ୍ପାନୀ ବର୍ତ୍ତମାନ ୨୭୦୦ କୋଟିର ଟର୍ଣ୍ଣ ଓଭର ହାସଲ କରିଛି । ମାର୍ଚ୍ଚ ୨୦୨୦ ପରଠାରୁ ଏହାର ବିକ୍ରି ଢେର ବୃଦ୍ଧି ପାଇଥିଲା । ଇକଭିଆ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୭.୫ କୋଟିର ଡୋଲୋ ଷ୍ଟ୍ରିପ ବିକ୍ରି ହୋଇଛି । ଏହା ସବୁଠାରୁ ଅଧିକ ବିକ୍ରି ହୋଇଥିବା ମେଡିସିନ ନୁହେଁ ବରଂ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ଏହା ଟ୍ୱିଟ୍ଟର ଟ୍ରେଣ୍ଡିଂର ଦ୍ୱିତୀୟ ସ୍ଥାନରେ ରହିଥିଲା । ଡୋଲୋ ଏହି ସମୟରେ ୩୫୦ କୋଟିର ବ୍ୟବସାୟ କରିଥିବା ବେଳେ କାଲପଲ ୩୧୦ କୋଟିର ବ୍ୟବସାୟ କରିଛି । ଅନ୍ୟ ପକ୍ଷରେ କ୍ରୋସିନ୍ ସମାନ ସମୟରେ ମାତ୍ର ୨୩.୬ କୋଟି ଆୟ କରିଛି ।

ଡୋଲୋର ଏହି ପ୍ରଦର୍ଶନ ପରେ ଏହାର ମୂଳ କମ୍ପାନୀ ମାଇକ୍ରୋ ଲାବସର ବାର୍ଷିକ ଟର୍ନ ଓଭର ୨୭୦୦ କୋଟି ଛୁଇଁଛି । ଏହା ମଧ୍ୟରେ ୯୨୦ କୋଟିର ରପ୍ତାନୀ ମଧ୍ୟ ରହିଛି । ଭାରତରେ ପ୍ରାୟ ୩୭ ପ୍ରକାରର ପାରାସିଟାମଲ ଟାବ୍ଲେଟ ମିଳୁଥିବା ବେଳେ ଡୋଲୋ କିନ୍ତୁ ବେଶ ଲୋକପ୍ରିୟତା ହାସଲ କରିଛି । ଡୋଲୋ ଅତ୍ୟନ୍ତ ସୁରକ୍ଷିତ ହୋଇଥିବା ବେଳେ ଏହାର ମୂଲ୍ୟ ମଧ୍ୟ ଅନ୍ୟ ଟାବ୍ଲେଟ ତୁଳନାରେ ଅପେକ୍ଷାକୃତ କମ୍ । ଏହି କାରଣ ପାଇଁ ଭାରତୀୟଙ୍କ ମଧ୍ୟରେ ଡୋଲୋ ବେଶ ଲୋକପ୍ରିୟତା ହାସଲ କରିଛି । ଏହା ସହିତ କେବଳ ଜର ନୁହେଁ, ଦେହ ହାତ ଘୋଳା ବିନ୍ଧା ଏବଂ ଥଣ୍ଡା ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ରହିଥାଏ । ଡୋଲୋର ରିପୋର୍ଟ ଆସିବା ପରେ ଟ୍ୱିଟ୍ଟରରେ ବିଭିନ୍ନ ମିମ ଜରିଆରେ ଏହାକୁ ପସନ୍ଦ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.