fbpx

ନିଜ ଝିଅଙ୍କୁ କିସ୍ କରି ବିବାଦକୁ ଆସିଥିଲେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କ’ଣ ଥିଲା ଘଟଣା

ଭାରତୀୟ ସଂସ୍କୃତିରେ ନମସ୍କାର କରିବା ଏକ ସଭ୍ୟ ପରମ୍ପରା ହୋଇଥିବାବେଳେ ପାଶ୍ଚାତ୍ୟ ସଭ୍ୟତାରେ କିନ୍ତୁ ଆଲିଙ୍ଗନ ଓ ଚୁମ୍ବନ ଏକ ସାଧାରଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ଏକ ଚୁମ୍ବନ ବିଷୟରେ ଯେଉଁ ଚୁମ୍ବନର ଫଟୋ ଏବଂ ଭିଡିଓକୁ ନେଇ ଗୋଟିଏ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା । କାରଣ ଏ ଦୁଇଜଣଙ୍କ ସମ୍ପର୍କ ହେଉଛି ବାପ-ଝିଅର ।

ଆଜ୍ଞା ହଁ, ଆମେ କହୁଛୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ବିଷୟରେ । ଏହି ଫଟୋକୁ ଭଲକରି ଦେଖନ୍ତୁ । ବାପା ନିଜ ଝିଅକୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ଏହି ମୂହୁର୍ତ୍ତଟି କ୍ୟାମେରାରେ କଏଦ୍ ହୋଇଯାଇଥିଲା ।

୨୦୧୮ରେ ପେନସିଲଭାନିଆରେ ଐଌକ ଋକ୍ତଙ୍କସକ୍ଟ୍ରଜ୍ଞରଦ୍ଭଗ୍ଧ ଉକ୍ଟଜ୍ଞକ୍ଟ୍ରବଦ୍ଭଚ୍ଚ ର ଏକ ରଙ୍ଖରଦ୍ଭଗ୍ଧ ରେ ମଞ୍ଚ ଉପରେ ଘଟିଥିଲା ଏହି ଘଟଣା । ଟ୍ୟାକ୍ସ କଟିଂକୁ ନେଇ ପ୍ରଶାସନର ଯୋଜନା ସମ୍ପର୍କରେ ଇଭାଙ୍କାଙ୍କ ବକ୍ତବ୍ୟ ଶେଷ ହେବା ପରେ ବାପା ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଚୁମ୍ବନ ଦେଇଥିଲେ ।

ତେବେ ଜଣେ ବାପା ନିଜ ଝିଅଙ୍କୁ ଆଲିଙ୍ଗନ କରିବା ବା ଚୁମା ଦେବା କିଛି ନୂଆ କଥା ନୁହେଁ । ହେଲେ ଏହି ଭିଡିଓ ଯେତେବେଳେ ଇଣ୍ଟରନେଟ୍ରେ ଘୂରି ବୁଲିଲା କେହି ଏହାକୁ ସହଜରେ ଗ୍ରହଣ କରି ପାରିଲେନାହିଁ । କାରଣ ବାପା-ଝିଅଙ୍କ ସାଧାରଣ ସ୍ନେହଭରା ଚୁମ୍ବନ ଅପେକ୍ଷା ଏଥିରେ ଅଧିକ କିଛି ରହିଥିବା ଭଳି ସମସ୍ତଙ୍କୁ ମନେହେଲା । ଆଉ ଏହି ଦୃଶ୍ୟକୁ ସନ୍ଦେହ କରିବାର ଆଉ ଏକ କାରଣ ହେଲା ଟ୍ରମ୍ପ ନିଜ ଝିଅ ବିଷୟରେ ଦେଇଥିବା କିଛି ମନ୍ତବ୍ୟ । ଯେମିତିକି ସେ କହିଥିଲେ, ଇଭାଙ୍କା ବହୁତ ସୁନ୍ଦର । ସତରେ ଇଭାଙ୍କାଙ୍କ ପାଖରେ ବହୁତ ବଢିଆ ସେକ୍ସି ଫିଗର୍ ଅଛି ।

ତାଙ୍କ ଭିତରେ କିଛି ନିଶ୍ଚୟ କିଛି ଅଛି, ଯାହାକୁ ତାଙ୍କୁ ଏତେ ସୁନ୍ଦର କରିଛି । ସେ ଏକଥା ମଧ୍ୟ କହିବାକୁ ପଛାଇ ନଥିଲେ କି ଯଦି ମୁଁ ବାହା ହୋଇନଥାନ୍ତି ଆଉ ସେ ମୋ ଝିଅ ହୋଇନଥାନ୍ତେ ତା’ହେଲେ ତାଙ୍କ ସହ ନିଶ୍ଚୟ ଡେଟିଂରେ ଯାଇଥାନ୍ତି । ତେଣୁ ଟ୍ରମ୍ପଙ୍କ ଏହି ସବୁ ମନ୍ତବ୍ୟକୁ ଦୃଷ୍ଟି ଦେଲେ ଝିଅ ଇଭାଙ୍କାଙ୍କ ସହ ତାଙ୍କ ଚୁମ୍ବନକୁ ନେଇ ଲୋକମାନେ ଅଲଗା କିଛି ଭାବିବାଟା ଆଦୌ ଅସ୍ୱାଭାବିକ ନୁହେଁ ।

Get real time updates directly on you device, subscribe now.