Trump’s Big Announcement: ଟ୍ରମ୍ପଙ୍କ ବଡ଼ ଘୋଷଣା; ସାରା ବିଶ୍ବକୁ ତୈଳ ବିକିବ ଆମେରିକା, କହିଲେ-ଯେତେ ଚାହୁଁଛ…
ଯେତେ ଚାହୁଁଛ, ସେତେ ମିଳିବ । ସାରା ବିଶ୍ବକୁ ଏବେ ତୈଳ ବିକିବ ଆମେରିକା । କଲେ ବଡ଼ ଘୋଷଣା ।
ୱାଶିଂଟନ: ଭେନେଜୁଏଲା ତୈଳକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ସେ କହିଛନ୍ତି ଯେ, ଭେନେଯୁଏଲାର ପ୍ରାୟ 5 କୋଟି ବ୍ୟାରେଲ ତେଲ ବିକ୍ରି କରିବ ଆମେରିକା । ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ସେ ଭାରତକୁ ଏହି ତେଲ କିଣିବାକୁ ଅନୁମତି ଦେବାକୁ ଇଚ୍ଛୁକ ବୋଲି ମଧ୍ୟ ସୂଚାଇଛନ୍ତି। ଭେନେଜୁଏଲାରେ ତୈଳ ଉତ୍ପାଦନ ବୃଦ୍ଧି କରିବା ପାଇଁ ଆମେରିକାର ତୈଳ କମ୍ପାନୀଗୁଡ଼ିକର ଅଧିକାରୀଙ୍କ ସହ ଏକ ବୈଠକ ସମୟରେ ଟ୍ରମ୍ପ ଏହି ଘୋଷଣା କରିଥିଲେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ‘ଭେନେଜୁଏଲା ମଧ୍ୟ ରାଜି ହୋଇଛି । ଆମେରିକା ତୁରନ୍ତ 5 କୋଟି ବ୍ୟାରେଲ ପର୍ଯ୍ୟନ୍ତ ଅଶୋଧିତ ତେଲ ବିଶୋଧନ ଏବଂ ବିକ୍ରୟ ଆରମ୍ଭ କରିବ । ଏଥିସହ ଭେନେଜୁଏଲାରେ ତୈଳ କମ୍ପାନୀଗୁଡ଼ିକୁ ‘ସମ୍ପୂର୍ଣ୍ଣ ସୁରକ୍ଷା’ ପ୍ରତିଶ୍ରୁତି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଭେନେଜୁଏଲାର ତୈଳ ଉତ୍ପାଦନ ବୃଦ୍ଧି ପାଇଁ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକ ମୁଖ୍ୟଙ୍କ ସହ ବୈଠକରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି । କେଉଁ କମ୍ପାନୀଗୁଡ଼ିକ ଭେନେଜୁଏଲାକୁ ଯିବେ ସେ ବିଷୟରେ ଆମେ ନିଷ୍ପତ୍ତି ନେବୁ ବୋଲିକହିଛନ୍ତି ଟ୍ରମ୍ପ ।
ଟ୍ରମ୍ପ ନିଷ୍ପତ୍ତି ନେବେ ଯେ କେଉଁ କମ୍ପାନୀ ଭେନେଜୁଏଲାକୁ ଯିବେ
ଟ୍ରମ୍ପ କହିଛନ୍ତି ସେ ନିଷ୍ପତ୍ତି ନେବେ ଯେ, କେଉଁ କମ୍ପାନୀ ଭେନେଜୁଏଲାକୁ ଯିବେ। ସେ କହିଛନ୍ତି ଯେ ଭେନେଜୁଏଲା ବହୁତ ସଫଳ ହେବାକୁ ଯାଉଛି ଏବଂ ଯୁକ୍ତରାଷ୍ଟ୍ରର ଲୋକମାନେ ବହୁତ ଲାଭବାନ ହେବେ । କାରଣ ଆମେ ବହୁତ ଅଧିକ ତେଲ ଉତ୍ପାଦନ କରିବୁ।
