fbpx

ଥାନାରେ ଅପରାଧୀ ନୁହେଁ ବରଂ ଗଧଙ୍କର ହେଲା ପରେଡ୍, ଜାଣନ୍ତୁ କ’ଣ ରହିଛି ମାମଲା

ଜୟପୁର: ରାଜସ୍ଥାନର ହନୁମାନଗଡ଼ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଗଧଙ୍କ ଚୋରି ହୋଇଛି । ସେଠାରେ ୭୦ ଗଧଙ୍କ ଚୋରି ହେବା ପରେ ପୋଲିସକୁ ଅନେକ ଛାନଭିନ୍ କରିବାକୁ ପଡ଼ିଥିଲା । ଗଧଙ୍କ ମାଲିକ ହନୁମାନଗଡ଼ର ଖୁଇୟାନ୍ ଥାନାରେ ଚୋରିର ଅଭିଯୋଗ କରିବା ପରେ ଥାନରେ ଗଧଙ୍କ ‘ପରିଚୟ ପରେଡ’ କରିଥିଲା ପୋଲିସ । କିନ୍ତୁ ମାମଲାର କୌଣସି ସମାଧାନ ହୋଇପାରିଲା ନାହିଁ ।

ତେବେ ପୋଲିସର ଛାନଭିନରେ ଅନେକ ଗଧ ମିଳିଥିଲେ । ପରେ ଗଧଙ୍କ ମାଲିକଙ୍କୁ ଡକାଯାଇଥିଲା, ଯାହାଫଳରେ ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ । କିନ୍ତୁ ଏବେ ମାଲିକାମାନେ ଗଧ ନେବାକୁ ମନା କରୁଛନ୍ତି । ମାରିକଙ୍କ କହିବା ମୁତାବକ, ସେମାନେ କେବଳ ଆମ ଗଧଙ୍କ ପରି ଦେଖାଯାଉଛନ୍ତି, କିନ୍ତୁ ଆମର ନୁହନ୍ତିଁ ।’ ଏହି କାରଣରୁ ମାଲିକାମାନେ ଗଧ ନେବାକୁ ମନା କରିଛନ୍ତି ।

ମାଲିକଙ୍କ କହିବା ଅନୁସାରେ, ଗଧଙ୍କ ନାଁ ଚିଣ୍ଟୁ, ପିଣ୍ଟୁ ଓ କାଳୁ ରଖାଯାଇଥିଲା । କିନ୍ତୁ ସେମାନଙ୍କୁ ଏହି ନାଁରେ ଡାକିବାରୁ ସେମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏଥିରୁ ପ୍ରମାଣିତ ହେଉଛି କି, ସେମାନେ ଆମ ଗଧ ନୁହଁନ୍ତି ବୋଲି ମାଲିକମାନେ କହିଥିଲେ ।

Get real time updates directly on you device, subscribe now.